ବାସଭବନରୁ ଦମ୍ପତି, ୨ ସନ୍ତାନ ଓ ୩ କୁକୁରଙ୍କ ଗୁଳିବିଦ୍ଧ ଶବ ଉଦ୍ଧାର କଲା ପୁଲିସ

 ସିକାଗୋ: ଆମେରିକାର ସିକାଗୋ ଉପନଗରୀ ରୋମିଓଭାଇଲ୍‌ସ୍ଥିତ ଏକ ବାସଭବନରୁ ପୁଲିସ ଏକ ଦମ୍ପତି, ସେମାନଙ୍କର ୨ ସନ୍ତାନ ଓ ୩ଟି କୁକୁରଙ୍କର ଗୁଳିବିଦ୍ଧ ଶବ ଉଦ୍ଧାର କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ଜନସାଧାରଣ ଭଲରେ ଅଛନ୍ତି ନା, ନାହିଁ, ଯାଞ୍ଚ କରୁଥିବା ବେଳେ ରବିବାର ରାତି ୮.୪୦ରେ ରୋମିଓଭାଇଲ୍‌ସ୍ଥିତ ପୁଲିସ ଅଧିକାରୀମାନେ ଘଟଣା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ମୃତ ଦମ୍ପତି ହେଉଛନ୍ତି ଆଲବର୍ଟୋ ରୋ‌ଲନ୍‌ ଓ ଜୋରୈଡ଼ା ବାର୍ତୋଲ୍‌ମେଇ। ୧୦ ବର୍ଷିୟ ଏଡ୍ରିଏଲ୍‌ ଓ ୭ ବର୍ଷିୟ ଡିଏଗୋ ନାମରେ ସେମାନଙ୍କର ଦୁଇ ସନ୍ତାନ ଓ ୩ଟି କୁକୁରଙ୍କୁ ଶନିବାର ରାତି ଓ ରବିବାର ପାହାନ୍ତା ଭିତରେ ଗୁଳି ମାରି ହତ୍ୟା କରାଯାଇଥିଲା। ପିଲା ଦୁହେଁ  ରୋମିଓଭାଇଲ୍‌ ଅନ୍ତର୍ଗତ ଭେଲି ଭିୟୁ ସ୍କୁଲ୍‌ ଡିଷ୍ଟ୍ରିକ୍ଟ୍‌ ୩୬୫ୟୁସ୍ଥିତ ‘ରବର୍ଟ ସି. ହିଲ୍‌ ଏଲିମେଣ୍ଟାରି’ ସ୍କୁଲ୍‌ର ଶିକ୍ଷାର୍ଥୀ ଥିଲେ।

gpkandhamal

ରୋମିଓଭାଇଲ୍‌ ପୁଲିସ ଉପମୁଖ୍ୟ କ୍ରିସ୍‌ ବୁର୍ଣ୍ଣି ସୋମବାର ଦିନ ସାମ୍ବାଦିକ ସମ୍ମିଳନୀର କହିଛନ୍ତି ଯେ, ହତ୍ୟାକାଣ୍ଡ୍‌ ‘ମର୍ଡର୍‌-ସୁସାଇଡ୍‌’ ଯୋଗୁଁ ଘଟିଥିବା କଥା ସେମାନଙ୍କର ବିଶ୍ବାସ ହେଉନାହିଁ। ଏବେ ‘ମର୍ଡର୍‌’ ବା ହତ୍ୟା ଦିଗରୁ ଘଟଣାର ତଦନ୍ତ ଚାଲିଛି।

Umasankar Adv

‘ସିକାଗୋ ସନ୍‌-ଟାଇମ୍ସ୍‌’କୁ କ୍ରିସ୍‌ ବୁର୍ଣ୍ଣି କହିଛନ୍ତି, ଗତ ୩୬ ଘଣ୍ଟା ମଧ୍ୟରେ ଘଟଣାସ୍ଥଳରୁ ଆମ ଗୁଇନ୍ଦା ଓ ‘କ୍ରାଇମ୍‌ ସିନ୍‌ ଇନ୍‌ଭେଷ୍ଟିଗେଟର୍‌’ମାନେ ବିପୁଳ ପରିମାରଣ ପ୍ରତ୍ୟକ୍ଷ ପ୍ରମାଣ ସଂଗ୍ରହ କରିଛନ୍ତି।

Leave A Reply

Your email address will not be published.