ଜାତିସଂଘରେ ବାଇଡେନ୍‌ ୟୁକ୍ରେନ୍‌ ଯୁଦ୍ଧ ଉପରେ କହିଲା ବେଳେ ‘ଫୋନ୍‌’ରେ ଖେଳୁଥିଲେ ରୁଷୀୟ ରାଷ୍ଟ୍ରଦୂତ

ଜାତିସଂଘ: ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଜାତିସଂଘ ମହାସଭା (ୟୁଏନ୍‌ଜିଏ) ୟୁକ୍ରେନ୍‌ ସଙ୍କଟ ଉପରେ ଅଭିଭାଷଣ ଦେବା ବେଳେ ଜାତିସଂଘସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିୟା ମୋବାଇଲ୍‌ ଫୋନ୍‌ ‘ସ୍କ୍ରଲ୍‌’ କରୁଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଅଭିଭାଷଣ ଦେବା ସମୟରେ ବାଇଡେନ୍‌ ରୁଷ୍‌କୁ ଆକ୍ରମଣକାରୀ ଏବଂ ଶାନ୍ତିର ପଥ ଅବରୋଧକାରୀ ବୋଲି କହୁଥିଲେ। ସେତେବେଳେ ଶ୍ରୋତାମାନଙ୍କ ମଧ୍ୟରେ ଭ୍ଲାଦିମିର୍‌ ଜେଲେନ୍‌ସ୍କି ବି ଉପସ୍ଥିତ ଥିଲେ। ଅଭିଭାଷଣରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ ଆହୁରି ମଧ୍ୟ କହିଲେ ଯେ, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ତାଙ୍କ ସେନା ଆଶା କରୁଛନ୍ତି ଯେ, ୟୁକ୍ରେନ୍‌କୁ ସମର୍ଥନ କରି କରି ବିଶ୍ବ କ୍ଳାନ୍ତ ହୋଇଯିବ।

Leave A Reply

Your email address will not be published.