ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା କେତେ? ଏଲିସା, କାର୍ଡ ପରୀକ୍ଷାକୁ ନେଇ ଲୋକ ଦ୍ବନ୍ଦ୍ବରେ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା କେତେ‌? ସରକାରୀଭାବେ ଏହା ସାଢ଼େ ୬ହଜାର ହୋଇଥିଲେ ହେଁ ପ୍ରକୃତରେ ଏହାଠାରୁ ଢେର ଅଧିକ। କାରଣ ରାଜ୍ୟର ଘରୋଇ ହସ୍ପିଟାଲ ଓ ଲାବୋରେଟାରି ଗୁଡ଼ିକରେ ଡେଙ୍ଗୁ ଜାଣିବା ପାଇଁ ହେଉଥିବା କାର୍ଡ ଟେଷ୍ଟକୁ ରାଜ୍ୟ ସ୍ବାସ୍ଥ୍ୟ ବିଚାରକୁ ନେଉନାହିଁ। ଯଦି ଏହି ସଂଖ୍ୟାକୁ ମିଶାଯିବ ତାହାଲେ ରୋଗୀଙ୍କ ସଂଖ୍ୟା ୧୦ହଜାର ଟପିଯିବ। ଏହାସହ ଏସବୁ କାର୍ଡର ଗୁଣାତ୍ମକ ମାନ କ’ଣ ତାହାର ମଧ୍ୟ ଯାଞ୍ଚ ହେଉନାହିଁ। ଯଦି ଏହା ସରକାରୀଭାବେ ଗ୍ରହଣୀୟ ନୁହେଁ ଏହାକୁ ସଂପୂର୍ଣ୍ଣଭାବେ ନିଷିଦ୍ଧ ଘୋଷଣା କରାଯାଉନାହିଁ କାହିଁକି ? ଉଭୟ ପ୍ରକାର ଟେଷ୍ଟକୁ ଅନୁମତି ଦିଆଯାଉ ଲୋକଙ୍କୁ ଏକପ୍ରକାର ଦ୍ବନ୍ଦ୍ବରେ ରଖାଯାଉଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.