ମହାଦେବ ବେଟିଙ୍ଗ୍‌ ଆପ୍‌ ମାମଲା: ସେଲିବ୍ରିଟି ମ୍ୟାନେଜର୍‌ଙ୍କ ଉପରେ ଚଢ଼ଉ

 ନୂଆଦିଲ୍ଲୀ: ‘ମହାଦେବ ଆପ୍‌’ର ମାଲିକ ସୌରଭ ଚନ୍ଦ୍ରକରଙ୍କ ବାହାଘର ଉତ୍ସବ ପାଇଁ ଅର୍ଥ ବିନିମୟରେ ‘ବଲିଉଡ୍‌ ଷ୍ଟାର୍‌’ଙ୍କୁ ଆଣିଥିବା ‘ସେଲିବ୍ରିଟି ମ୍ୟାନେଜର୍‌’ମାନଙ୍କୁ ଟାର୍ଗେଟ୍‌ କରି ଚଢ଼ଉ କରିଥିବା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ପ୍ରାୟ ୨.୫ କୋଟି ନଗଦ ଟଙ୍କା ଜବତ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଆର୍ଥିକ ଦୁର୍ନୀତି ଅଭିଯୋଗରେ ସମ୍ପ୍ରତି ସୌରଭ ଚନ୍ଦ୍ରକରଙ୍କ ଉପରେ ତଦନ୍ତ ଚାଲିଛି। ୨୦୨୩ରେ ଦୁବାଇରେ ଆଡ଼ମ୍ବରପୂର୍ଣ୍ଣ ବିବାହ ଉତ୍ସବ କରାଇ ଚନ୍ଦ୍ରକର ପ୍ରାୟ ନଗଦ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ବିବାହ ଉତ୍ସବରେ କେତେକ ‘ବଲିଉଡ୍‌ ସେଲି‌ବ୍ରିଟି’ ଅଂଶଗ୍ରହଣ କରିଥିଲେ।

gpkandhamal

ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ‘ଇଭେଣ୍ଟ୍‌ କମ୍ପାନି’ମାନେ ‘ହାୱଲା ଅପରେଟର୍‌’ଙ୍କ ଜରିଆରେ ‘ସେଲିବ୍ରିଟି ମ୍ୟାନେଜର୍‌’ମାନଙ୍କୁ ନଗଦ ଟଙ୍କା ଦେଇଥିଲେ। ସେହି ଅର୍ଥରୁ କିଛି ବିବାହ ଉତ୍ସବରେ ପ୍ରଦର୍ଶନ କରିଥିବା ଅଭିନେତା ଓ କଣ୍ଠଶିଳ୍ପୀମାନଙ୍କୁ ପ୍ରଦାନ କରାଯାଇଥିଲା।

Umasankar Adv
Leave A Reply

Your email address will not be published.