ଖରସ୍ରୋତାରୁ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

 ରସୁଲପୁର: କୁଆଖିଆ ଥାନା ଶ୍ରୀବନ୍ତପୁର ଗ୍ରାମର ଯୁବକ ଜାନୁ ଖାଁ (୧୯)ଙ୍କ ମୃତଦେହ ଖରସ୍ରୋତା ନଦୀର ଦରକୁଣ୍ତିଠାରୁ ଉଦ୍ଧାର କରାଯାଇଛି। ସେ ଖରସ୍ରୋତା ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ। ୪ କିଲୋମିଟର ଦୂର ଦରକୁଣ୍ଡିଠାରେ ନଦୀରେ ଶବ ଭାସୁଥିବା ଦେଖିବା ପରେ ​ସ୍ଥାନୀୟ ଲୋକମାନେ ପୁଲିସକୁ ଜଣାଇଥିଲେ।

gpkandhamal

କୁଆଖିଆ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହି ଘଟଣାରେ କୁଆଖିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Umasankar Adv
Leave A Reply

Your email address will not be published.