ସରକାରୀ ଖୁଚୁରା ବେକ୍ରେତାଙ୍କୁ ମିଳୁନି ପାରିଶ୍ରମିକ: ୩୧ ମାସର ବାକି ପଡିଛି ୩୨.୨୪ କୋଟି! 

 ରାଉରକେଲା: ହିତାଧିକାରୀମାନଙ୍କୁ ପିଡିଏସ୍‌ ଚାଉଳ ବଣ୍ଟନ କରୁଥିବା ସରକାରୀ ଖୁଚୁରା ବିକେତ୍ରାମାନଙ୍କୁ ମିଳିନୁ ପାରିଶ୍ରମିକ। ମାସେ କି ଦୁଇ ମାସ ନୁହେଁ ୩୧ ମାସର ବକେୟା ଟଙ୍କା ବାକି ପଡିଛି। ରାଉରକେଲାରେ ମାସକୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା କରି ୩୧ ମାସର ପ୍ରାୟ ୩୨ କୋଟି  ୨୪ ଲକ୍ଷ ଟଙ୍କା ମିଳିନି। କେନ୍ଦ୍ର ସରକାର ପ୍ରାୟ ୪୧୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ଟଙ୍କାରୁ ରାଜ୍ୟର କାର୍ଯ୍ୟରତ ପରିବହନ ଠିକାଦାରମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦିଆଯାଉଛି। ହେଲେ ଖୁଚୁରା ବିକ୍ରେତାମାନଙ୍କ ପ୍ରାପ୍ୟ ପଇଠ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ରାଉରକେଲା ସରକାରୀ ଖୁଚୁରା ବିକ୍ରେତା ସଂଘର ସଭାପତି ରଞ୍ଜିତ ନାୟକ ଓ  ଉପସଭାପତି ଦତ୍ତହରି ସାମଲ। ପ୍ରତିବାଦରେ ଆସନ୍ତା ୨୭ରେ ରାଜ୍ୟର ସମସ୍ତ ଖୁଚୁରା ବିକ୍ରେତା ନିଜ ନିଜର ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ କରି ଭୁବନେଶ୍ବରସ୍ଥ ନୟାପଲ୍ଲୀସ୍ଥ  ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରେ ଧାରଣା ଦିଆଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଚେତାବନୀ ଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ମାସ ମାସ ଧରି ପ୍ରାପ୍ୟ ମିଳୁ ନଥିଲେ ହେଁ ଖୁଚୁରା ବିକ୍ରେତାମାନେ ହିତାଧିକାରୀମାନଙ୍କୁ ପ୍ରତିମାସ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିଚାଲିଛନ୍ତି। ଆଜି ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ବଣ୍ଟନରେ କୌଣସି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିନି। ମାତ୍ର ଯୋଗାଣ ନିଗମର କେତେକ ଅଧିକାରୀ ଓ ପରିବହନ ଠିକାଦାରମାନଙ୍କ ମଧ୍ୟରେ କିଛି ଆର୍ଥିକ ନେଣଦେଣର ସମ୍ପର୍କ ରହିଛି। ଫଳରେ ସେମାନେ ତାଙ୍କ ପ୍ରାପ୍ୟ ପାଇ ଚାଲିଛନ୍ତି। ଅଥଚ ଖୁଚୁରା ବିକ୍ରେତାମାନଙ୍କୁ ତାଙ୍କ ପ୍ରାପ୍ୟ ପାଇଁ ବାରମ୍ବାର ଲୋୟର ପିଏମଜି ଠାରୁ ଆରମ୍ଭ କରି ରାଜ୍ୟ ଯୋଗାଣ ନିଗମ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ପଡ଼ୁଛି।

gpkandhamal

ଅପରପକ୍ଷେ ରାଜ୍ୟର ଖୁଚୁରା ବିକ୍ରେତାମାନଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡୁଛି। ଏ ଭଳି ପରିସ୍ଥିତି ରାଜ୍ୟର କାର୍ଯରତ ଖୁଚୁରା ବିକ୍ରେତାମାନେ ହକ୍ ପରିଶ୍ରମ କରି ପାରିଶ୍ରମିକ ନ ପାଇବା ଭଳି ଅନ୍ୟାୟକୁ ବରଦାସ୍ତ କରିବା ଆଉ ସମ୍ଭବପର ହେଉନାହିଁ ବୋଲି କହିଛନ୍ତି। ସରକାରଙ୍କ ଏଭଳି ଖାମଖିଆଲି ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ସଂଘ ପକ୍ଷରୁ କୁହାଯାଇଛି।  ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ଦାସ, କରୁଣାକର ପ୍ରହରାଜ, ଦିଲୀପ ବୁଦ୍ଧଦେବ, ଅମିତାଭ ଧଳ,ଅବତାବ ଅଲ୍ଲୀ, ଶରତ ବେହେରା , ଅନନ୍ତ ସାମଲ, ସୁଜାତା ମାହାନ୍ତି, ସମ୍ରାଟ ଧଳ, ରେଣୁବାଳା ମଲ୍ଲିକ ଓ ସଙ୍ଗୀତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

Umasankar Adv
Leave A Reply

Your email address will not be published.