ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ

ଆଜିଠୁ ଘରକୁ ଘର ବୁଲିବ କଂଗ୍ରେସ । ରାଜ୍ୟରେ ଚାଲିଥିବା ୨୪ ବର୍ଷର ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର କିପରି ବିକାଶରେ ବାଧକ ସାଜିଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବ । ଶାସକ ଦଳ ବହୁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା କଥା ଗାଁ, ଗାଁରେ ପହଞ୍ଚାଇବ କଂଗ୍ରେସ । ଏଥିପାଇଁ ଆଜିଠୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ପଦଯାତ୍ରା କରିବ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୁଇ ଦଶନ୍ଧୀ ଧରି ଓଡ଼ିଶାରେ ବିଜେଡି ଶାସନରେ ଥିଲେ ମଧ୍ୟ ରାଜ୍ୟର ସାମଗ୍ରିକ ସ୍ଥିତି ଅନ୍ତତ୍ୟ ଖରାପ ପରିସ୍ଥିତି ଦେଇ ଗତି କରୁଛି ।

gpkandhamal

୨ ଲକ୍ଷ ନିଯୁକ୍ତି , କୃଷକଙ୍କ ଆୟ ଦିଗୁଣିତ, ମହିଳାଙ୍କ ସୁରକ୍ଷା, ୪୫ ପ୍ରତିଶତ ଜଳସେଚନ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଦି ପ୍ରତିଶ୍ରୁତି ବିଫଳ ହୋଇଥିବା କହିଛି କଂଗ୍ରେସ ।

Umasankar Adv
Leave A Reply

Your email address will not be published.