ଯୌତୁକ ନଦେବାରୁ ବୋହୂର ତଣ୍ଟି ଚିପି ହତ୍ୟା ଅଭିଯୋଗ

ଯୌତୁକ ନଦେବାରୁ ବୋହୂର ତଣ୍ଟି ଚିପି ହତ୍ୟା ଅଭିଯୋଗ । ଶାଶୁ, ଶ୍ୱଶୁରଙ୍କ ସହ ମିଶି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା କୁସନପୁରୀ ଗାଁରେ ଦେଖିବାକୁ ମିଳିଛି । ଗୋଟିଏ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ସୁରମା ନନ୍ଦ । କିନ୍ତୁ ଯୌତୁକ ଲୋଭରେ ଶାଶୁ ଘର ଲୋକ ସୁରମା ତଣ୍ଟି ଚିପି ହତ୍ୟା କରିଥିବା ନେଇ ଭଟଲି ଥାନାରେ ଅଭିଯୋଗ ହୋଇଛି । ପରେ ଅଭିଯୁକ୍ତ ସ୍ୱାମୀ ସାଗର କୁଶଳକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଯୌତୁକ ପାଇଁ ଶାଶୁ ଘର ଲୋକେ ସୁରମାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ।

Leave A Reply

Your email address will not be published.