ତିମିଙ୍କ ପାଇଁ ଅସୁରକ୍ଷିତ ପୁରୀ ଉପକୂଳ

ବ୍ରହ୍ମଗିରି: ପୁରୀ ଜିଲ୍ଲା ସମୁଦ୍ର ଉପକୂଳ ଏବେ ତିମିଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି। ବିଗତ ୧୬ ବର୍ଷ ମଧ୍ୟରେ ପୁରୀ ଉପକୂଳରେ ୧୨ଟି ମୃତ ତିମି ଲାଗିଛି। ଏସବୁ ମଧ୍ୟରେ ପ୍ରଶାନ୍ତ ମହାସାଗରୀୟ ତିମିଠାରୁ ଆରମ୍ଭ କରି ବଙ୍ଗପୋସାଗରୀୟ ତିମି ରହିଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ମୃତ ତିମି କୃଷ୍ଣପ୍ରସାଦ ବ୍ଲକ୍ ନବା ଗାଁ ନିକଟ ସମୁଦ୍ର କୂଳରେ ଲାଗିଛି। ଏହି ତିମିଙ୍କ ମଧ୍ୟରେ ବିରଳ ତିମି ମଧ୍ୟ ରହିଥିବା ଜଣାପଡ଼ିଛି। ବ୍ରହ୍ମଗିରି ରେଞ୍ଜରେ ପ୍ରଥମେ ୨୦୦୫ ମସିହାରେ ବାଲିହରଚଣ୍ଡୀ ବିଟ୍‌ରେ ଏକ ପ୍ରଶାନ୍ତ ମହାସାଗରୀୟ ବିରଳ ୱେଲ୍‌ ସାର୍କ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାର ଲମ୍ବ ୩୫ ଫୁଟ ରହିଥିବା ବେଳେ ଓଜନ ୧୫ ଟନ୍‌ରୁ ଅଧିକ ରହିଥିଲା। ଏହା ପରେ ୨୦୦୭ ମସିହାରେ ପୁଣି ଥରେ ବାଲିହରଚଣ୍ଡୀ ମୁହାଣଠାରେ ଆଉ ଏକ ମୃତ ୱେଲ୍‌ ସାର୍କ ଲାଗିଥିଲା। ୨୦୧୧ ମସିହାରେ ଚିଲିକାର ମୁହାଣ ନିକଟ ସମୁଦ୍ର ସାତପଡ଼ା ରେଞ୍ଜ ଅରଖକୁଦା ବିଟ୍‌ରେ ଏକ ବିଶାଳକାୟ ତିମିର ଗଳିତ ଶବକୁ ବନ ବିଭାଗ ଉଦ୍ଧାର କରିଥିଲା। ୨୦୧୪ ମସିହାରେ ରାମଭରତିଆ ମୁହାଣ ନିକଟରେ ଆଉ ଏକ ମୃତ ତିମିକୁ ବନବିଭାଗ ଜବତ କରିଥିଲା। ଏହା ପରେ ପୁରୀ ବେଳାଭୂମି ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ମୃତ ତିମି ଉଦ୍ଧାର କରାଯାଇଥିଲା।

gpkandhamal

ସେହିପରି ଅସ୍ତରଙ୍ଗ ଉପକୂଳରେ ଏକ ଜୀବିତ ତିମି ଲାଗିଥିବାବେଳେ ପରେ ଏହା ମରି ଯାଇଥିଲା। କୃଷ୍ଣପ୍ରସାଦ ବ୍ଲକ୍ ତଥା ଗଞ୍ଜାମ ଜିଲ୍ଲା ରମ୍ଭା ରେଞ୍ଜ ପିଟିଶାଳ ବିଟ୍‌ ନବା ଗାଁ ନିକଟ ସମୁଦ୍ର ଉପକୂଳରେ ୨୦୧୫ ଓ ୨୦୧୬ ମସିହାରେ ଲଗାତାର ଦୁଇଟି ମୃତ ତିମି ଲାଗିଥିଲା। ଏହା ପରେ ପୁଣି ଥରେ ଆଉ ଏକ ଜୀବିତ ନୀଳ ତିମି ଲାଗିଥିଲା, ଯାହାକି ଛଟପଟ ହୋଇ ଶେଷରେ ସେଠାରେ ପ୍ରାଣ ହରାଇଥିଲା।

Umasankar Adv
Leave A Reply

Your email address will not be published.