ଭାଇ, ଭଉଣୀ ନିଖୋଜ ପରେ ଜଙ୍ଗଲରୁ ମିଳିଲା ଭାଇର ମୃତଦେହ : କଲେଜ ଯାଇ ୨୦ ଦିନ ହେବ ନିଖୋଜ ଅଛନ୍ତି ଅନିତା

ଗଞ୍ଜାମ ସାନଖେମୁଣ୍ଡିରେ ଚାଞ୍ଚଲ୍ୟ । ଭାଇ, ଭଉଣୀ ନିଖୋଜ ପରେ ଜଙ୍ଗଲରୁ ମିଳିଲା ଭାଇର ମୃତଦେହ । ଏବେ ଯାଏ ଭଉଣୀଙ୍କ ମିଳୁନି ପତ୍ତା । ସ୍ଥାନୀୟ ବୃନ୍ଦାବନପୁର ଗାଁର ସନାତନ ନାୟକଙ୍କ ଝିଅ ଅନିତା ନାୟକ ୨୦ ଦିନ ତଳୁ ଘରୁ କଲେଜ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର କିଛି ଖୋଜଖବର ମିଳିନାହିଁ ।

gpkandhamal

ସେପଟେ ପୁଅ ଅନିଲ ଦୁଇ ଦିନ ପୂର୍ବରୁ ଛେଳି ଚଳାଇବାକୁ ଯାଇଥିବା ବେଳେ ଗତକାଲି ସ୍ଥାନୀୟ ଜଙ୍ଗଲରୁ ତାଙ୍କର ମୃତଦେହ ଜବତ କରାଯାଇଛି । ଅନିଲଙ୍କୁ ହାତଗୋଡ ବାନ୍ଧି ଗଳା କାଟି ହତ୍ୟା କରାଯାଇଛି । ଭଉଣୀର ନିଖୋଜ ପଛରେ ଭାଇ ହତ୍ୟା କିଛି ଲିକ୍ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି ।

Umasankar Adv
Leave A Reply

Your email address will not be published.