ମାଲେସିଆ ବୁଲାଇବ କହି ଟଙ୍କା ନେଇ ଛୁ’: ୩୬ ବିୟୁଟିସିଆନ୍‌ ଠକେଇର ଶିକାର

ପୁରୁଣା ଭୁବନେଶ୍ବର: ଗୋଟିଏ ଦିନ ଟ୍ରେନିଂ ନେବା ସହିତ ମାଗଣାରେ ମାଲେସିଆ ବୁଲି ଆସିବ। ଏପରି ପ୍ରଲୋଭନରେ ପଡ଼ି ପ୍ରାୟ ୩୬ ଜଣ ବିୟୁଟିସିଆନ୍‌ ଠକେଇର ଶିକାର ‌ହୋଇଛନ୍ତି। ଏନେଇ ଆଜି ସେମାନେ ଅଭିଯୋଗ କରିବାକୁ ଶ୍ରୀଲିଙ୍ଗରାଜ ଥାନାକୁ ଆସିଥିଲେ। କେବଳ ଭୁବନେଶ୍ବର ନୁହେଁ, ବିଭିନ୍ନ ଜିଲ୍ଲାରେ ପାର୍ଲର କରି ନିଜ ଗୁଜୁରାଣ ମେଣ୍ଟାଉଥିବା ଏପରି ଅଭିଯୋଗ କରିଛନ୍ତି। ବାଲେଶ୍ବରରୁ ନୋଭେଡଲ ସଂସ୍ଥା ନାମରେ ସୀତାକାନ୍ତ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏପରି ଠକିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ତରଫରୁ ଶ୍ରୀଲିଙ୍ଗରାଜ ଥାନାର ନାଗେଶ୍ବରଟାଙ୍ଗୀ ଅଞ୍ଚଳର ଜଣେ ମହିଳା ଏହି ଟଙ୍କା ଆଦାୟ କରୁଥିଲେ। ବିୟୁଟି ପାର୍ଲର କରିଥିବା ବା ସେଥିରେ କାମ କରୁଥିବା ଲୋକଙ୍କୁ ଏଭଳି ଠକିଥିବା ବିୟୁଟିସିଆନ୍‌ମାନେ କହିଛନ୍ତି। ସତ୍ୟନଗରର ମାନସୀ ସେଠୀ, ବୈଶାଳୀ ମହାପାତ୍ର, ବବିତା ମହାନ୍ତି, ରାଉଲକେଲାର ଜୁଲି ଶତପଥୀ ଓ ଶଶାଙ୍କ ଶେଖର ଶତପଥୀ, ଦେବଗଡ଼ର ଅସିତ୍‌ କୁମାର ଭୂୟାଁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୩୬ଜଣ ବିୟୁଟିସିଆନ୍‌ ଏପରି ଠକେଇର ଶିକାର ହୋଇଛନ୍ତି। ଅଭିଯୁକ୍ତ ଜଣପିଛା ୬୩,୦୦୦ରୁ ୮୨,୦୦୦ ପର୍ଯ୍ୟନ୍ତ ଟଙ୍କା ନେଇଥିଲା। ସେଥିରେ ମାଲେସିଆ ବୁଲାଇବା ସହ ଗୋଟିଏ ଦିନ ବିୟୁଟିସିଆନ୍‌ ଟ୍ରେନିଂ ମଧ୍ୟ ଦିଆଯିବ କହିଥିଲା।

gpkandhamal

ଏଥିପାଇଁ ସମସ୍ତଙ୍କୁ ବିମାନ ଟିକେଟ୍‌ ମଧ୍ୟ ଦେଇଥିଲା। ଆଜି ମାଲେସିଆ ଯିବା କଥା ହୋଇଥିଲା। ହେଲେ ସକାଳୁ ସୀତାକାନ୍ତର ମୋବାଇଲ୍‌ ବନ୍ଦ ରହିବା ସହିତ ଉକ୍ତ ଟିକେଟ୍‌ କ୍ୟାନ୍ସଲ ହୋଇଥିବା ଜଣାପଡ଼ିଥିଲା। ତଥାପି ମହିଳାମାନେ ବିମାନବନ୍ଦରକୁ ଯାଇଥିଲେ। ସେଠାରେ କାହାରିକୁ ନପାଇ ବିମାନ ବନ୍ଦରରୁ ସିଧା ଶ୍ରୀଲିଙ୍ଗରାଜ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ତେବେ ଏହା ଉକ୍ତ ଥାନା ଅଞ୍ଚଳର ଠକେଇ ହୋଇନଥିବାରୁ ପୁଲିସ ଅଭିଯୋଗ ରଖିଲା ନାହିଁ ବୋଲି ମହିଳାମାନେ କହିଛନ୍ତି। ସେମାନେ ଆସନ୍ତାକାଲି ଉଚ୍ଚ ଅଧିକାରୀଙ୍କୁ ଭେଟିବେ ବୋଲି ଶୁଣା ଯାଉଛି।

Umasankar Adv
Leave A Reply

Your email address will not be published.