ଆଜି ସୁରୁଖୁରୁରେ ଚାଲିବ ତ ବିଧାନସଭା ? 

ବିଧାନସଭା : ଆଜି ସୁରୁଖୁରରେ ଚାଲିବ ତ ବିଧାନସଭା? ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଅଚଳ ହୋଇଯାଇଥିଲା ପ୍ରଥମାର୍ଦ୍ଧ । ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ଆଲୋଚନା ହୋଇପାରିନଥିଲା । ଗୃହ ନଚାଲିବାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଅଭିଯୋଗ ଆଣି କହିଥିଲେ, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ସେଟିଂ ଯୋଗୁଁ କଂଗ୍ରେସ ପକ୍ଷରୁ ଭିନ୍ନ ଏକ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା । ଆଉ ଏହାକୁ କାଉଣ୍ଟର କରିଥିଲା କଂଗ୍ରେସ । ଗୃହ ଚାଲି ନପାରିବାରୁ, ବିଜେପି ବିଧାୟକଙ୍କ ଅଭିଯୋଗକୁ ନେଇ ରୁଲିଂ ଦେଇଥିଲେ ବାଚସ୍ପତି । ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ପୂର୍ବରୁ କାହିଁକି ଜଣାଯାଇନଥିଲା ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଆଉ ବୈଠକ ପରେ ଅପରାହ୍ଣରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ଆଗତ ହୋଇଥିଲା ପୌର ବିଧି ସଂଶୋଧନ ବିଲ୍ । ହେଲେ ଆଜି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ କି ନାହିଁ ତା ଉପରେ ନଜର ରହିଛି । ଗୃହରେ ଅଚଳାବସ୍ଥା ନେଇ ତିନି ଦଳ ପରସ୍ପରକୁ ଆକ୍ଷେପ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଶାସକ ଦଳ ଓ ବିଜେପି ଗୃହକୁ ଚଳାଇଦେବାକୁ ଚାହୁନାହାନ୍ତି। କଂଗ୍ରେସ ଗୃହରେ ଆଲୋଚନା ଚାହୁଛି । ଶିକ୍ଷକଙ୍କ ସମସ୍ୟା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା। କିନ୍ତୁ ସରକାରୀ ଦଳ ଗୃହ ଚଳାଇ ଦେଲେନି । ସର୍ବଦଳୀୟ ବୈଠକ ହେଲା, କିନ୍ତୁ କିଛି ଫଳ ବାହାରିଲା ନାହିଁ। ଆମେ ନିରାଶ ହେଲୁ । ଗଣତନ୍ତ୍ର ଧ୍ବଂସ ହୋଇଗଲାଣି । କଂଗ୍ରେସର ବରିଷ୍ଠ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, ବିଧାନସଭା ଲୋକଙ୍କ ଟିକସରେ ଚାଲେ । ଆମେ ଆଲୋଚନା ଚାହୁଛୁ । କିନ୍ତୁ ବିଜେପି ଓ ବିଜେଡି ବିଧାନସଭା ବନ୍ଦ କରିଦେଉଛନ୍ତି । ଉଭୟ ଦଳ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି ।

gpkandhamal

ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଏହି ପ୍ରସଙ୍ଗରେ ଗୃହ କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଲେନି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରନ୍ତୁ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକମାନେ ପଚାରିଥା’ନ୍ତି। କିନ୍ତୁ ଆମ ପ୍ରଶ୍ନକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ। ଗତକାଲି ବିଜେପିର ଦୁଇ ବିଧାୟକଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରାଗଲା । ତାହାର କାରଣ କହିଲେନି ।  ଆହୁରି ତିନି ଜଣଙ୍କ ପ୍ରଶ୍ନ ଅଗ୍ରାହ୍ୟ କରାଗଲା। ପ୍ରଶ୍ନ ଅଗ୍ରାହ୍ୟ କରାଗଲେ ୫ ଦିନ ଭିତରେ ଜଣାଇବା କଥା । କିନ୍ତୁ ତାହା କରାଯାଉ ନାହିଁ ।

Umasankar Adv
Leave A Reply

Your email address will not be published.