ଜାତିସଂଘ ମହାସଭାରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା

ଜାତିସଂଘ: ଜାତିସଂଘ ମହାସଭାରେ ଏଜେଣ୍ଡାଧାରୀ ରାଷ୍ଟ୍ରଙ୍କୁ କଡ଼ା ବାର୍ତା ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରର ଏଜେଣ୍ଡାରେ ଆଉ ବିଶ୍ୱ ଚାଲିବ ନାହିଁ । କିଛି ରାଷ୍ଟ୍ର ଯେଉଁମାନେ ନିଜ ଏଜେଣ୍ଡାରେ ବିଶ୍ୱ ଚଳାଇବାକୁ ଚାହୁଁଛନ୍ତି ସେମାନଙ୍କ ଦିନ ଶେଷ ହୋଇଯାଇଛି । ଭାରତରେ ଜି-୨୦ ସମ୍ମିଳନୀ ପରେ ଏହା ସୁନିଶ୍ଚିତ ହୋଇଯାଇଛି ଯେ, କୂଟନୀତି ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିପାରିବ । ଜୟଶଙ୍କର କହିଛନ୍ତି, ପୂର୍ବରୁ କିଛି ରାଷ୍ଟ୍ର କେବଳ ସେମାନଙ୍କୁ ସୁହାଇଲା ଭଳି ଏଜେଣ୍ଡା ପ୍ରସ୍ତୁତ କରୁଥିଲେ । ଅନ୍ୟ ସବୁ ରାଷ୍ଟ୍ର କିପରି ସେହି ଏଜେଣ୍ଡାରେ ଚାଲିବେ ସେହି ଲକ୍ଷ୍ୟରେ କାମ କରୁଥିଲେ । କାନାଡାର ନାଁ ନେଇ ଜୟଶଙ୍କର କହିଛନ୍ତି, କେବଳ ରାଜନୈତିକ ସୁବିଧା ହିସାବରେ ଆତଙ୍କବାଦ ଓ ଉଗ୍ରବାଦକୁ ନେଇ କୌଣସି ପ୍ରତିକ୍ରିୟା ସ୍ଥିର ହୋଇପାରିବ ନାହିଁ ।

gpkandhamal

ଭାରତର ନୀତି ସ୍ପଷ୍ଟ କରି ଜୟଶଙ୍କର କହିଛନ୍ତି, ଦେଶ ଏବେ ଗୋଷ୍ଠୀ ନିରପେକ୍ଷ ଯୁଗରୁ ବାହାରି ବିଶ୍ୱମିତ୍ର ଭାବେ ଶ୍ରେଷ୍ଠତା ପ୍ରଦର୍ଶନ କରି ଆଗକୁ ବଢୁଛି ଓ ବିକଶିତ ହେଉଛୁ । ଜି-୨୦ରେ ଆଫ୍ରିକୀୟ ସଂଘ ସାମିଲ ହେବା କଥା ମଧ୍ୟ କହିଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।

Umasankar Adv
Leave A Reply

Your email address will not be published.