ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

କନ୍ଧମାଳ : ଦିନକୁ ଦିନ ଦୃତ ଜନସଂଖ୍ୟା ବୃଦ୍ଧି, ଜୀବନ ଶୈଳୀର ପରିବର୍ତ୍ତନ, ଅଜ୍ଞତା ତଥା ବିପଥଗାମୀ ମନୁଷ୍ୟର କାର୍ଯ୍ୟକଳାପ ହେତୁ ବିଶ୍ବତାପନ, ଜଳବାୟୁ ପରିବର୍ତ୍ତନ ଭଳି ପରିବେଶ ପ୍ରଦୂଷଣ ଜନିତ ସମସ୍ୟାମାନ ଜୀବଜଗତ ପାଇଁ ଆହ୍ବାନ ରୂପେ ଠିଆ ହୋଇଛି। ପ୍ରତିକାର ସ୍ବରୂପ ଜନସଚେତନତା ବୃଦ୍ଧି ସହ ଜଙ୍ଗଲ ପାହାଡର ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଏ ବିଚାରକୁ ଆଖୁ ଆଗରେ ରଖି ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କରମଦ ଅଲି ଖାନ୍, ସମାଜସେବୀ ରଜତ ମହାନ୍ତି, ରେଞ୍ଜର ଶିବାନନ୍ଦ ଲେଙ୍କା, ଫରେଷ୍ଟର ସରୋଜ ମିଶ୍ର, ରେଞ୍ଜର ସୁଦର୍ଶନ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ଦ୍ୱାରା ଆମର କଣ କଣ ଲାଭ ହେବ ସେନେଇ ବୁଝାଇଥିଲେ।

Leave A Reply

Your email address will not be published.