ଫୁଲବାଣୀ ଜାମିଆ ମସଜିଦ ଓ ନୁରାନି ୟୁଥ କ୍ଲବ ତରଫରୁ ସାମୁହିକ ପାର୍ଥନା ସହ ଶୋଭାଯାତ୍ରା..

ଫୁଲବାଣୀ : ଆଜି ପବିତ୍ର ଇଦ ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଫୁଲବାଣୀ ଜାମିଆ ମସଜିଦ ଓ ନୁରାନି ୟୁଥ କ୍ଲବ ତରଫରୁ ସଭାପତି ଅବଦୁଲ ରାଜାକ ଖାଁ ଙ୍କ ସଭାପତିତ୍ୱ ରେ ହାଟପଦା ସ୍ଥିତ ମୁସଲିମ ବସ୍ତି ରୁ ସାମୁହିକ ପାର୍ଥନା ସାରିବା ପରେ ଏକ ଶୋଭାଯାତ୍ରା ମେନରୋଡ଼ ହୋଇ ମାଡିକୁନ୍ଦା ଛକ ପିଅନ ପଡ଼ା ହୋଇ ଫୁଲବାଣୀ ସହର ପରିଦର୍ଶନ କରି ପୁଣି ହାଟପଦା ମୁସଲିମ ବସ୍ତି କୁ ଫେରିଥିଲେ l ଅପରାହ୍ନ ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ କୁ ସନ୍ଧ୍ୟା ରେ ସାମୁହିକ ପାର୍ଥନା ସାଙ୍ଗକୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି l ବିଜେଡ଼ି ସଂଖ୍ୟା ଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ଅତିଥି ରୂପେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜିର ପବିତ୍ର ଜୟନ୍ତୀ ଅବସରରେ ଫୁଲବାଣୀ ରେ ବସବାସ କରୁଥିବା ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଏବଂ ଜନସାଧାରଣ ଙ୍କୁ କୃତଜ୍ଞତା ସହ ଶୁଭେଚ୍ଛା ଜଣାଇଥିଲେ l ଆଜିର କାର୍ଯ୍ୟକ୍ରମ ରେ ଜାମିଆ ମସଜିଦ ସଭାପତି ଅବଦୁଲ ରାଜାକ ଖାଁ ସମ୍ପାଦକ ମହମ୍ମଦ ଲତିଫ ବେଗ କୋଷାଧକ୍ଷ ଇମତିଆଜ ଖାଁ ମସଜିଦ କମିଟି ର ସଦସ୍ୟ ଏମ. ଡ଼ି. ୱାହୀଦ, ମୁନୱାର ଅଲି, ଏସ. କେ. ସଲିମ, ସୟଦ ରୋଶନ ଅଲି, ଏମ. ଡ଼ି. ଆବେଜ, ଅବଦୁଲ ଗାଫୁର, ଏମ. ଡ଼ି. ସାହିଲ, ଏମ. ଡ଼ି. ମୁଜିବି ଖାଁ ଏବଂ ନୁରାନି ୟୁଥ କ୍ଲବ ସଭାପତି ସୟେଦ ବାବର ଅଲି ଓ ସଦସ୍ୟ ଏମ. ଡ଼ି. ଆରିଫ, ଏମ. ଡ଼ି. ରିୟାଜ, ଏମ. ଡ଼ି. ଅସରାଫ, ଏସ. କେ. ନିଜାମ ପ୍ରମୁଖ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ମୁସଲମାନ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ l ପବିତ୍ର ମହମ୍ମଦ ଙ୍କ ଜୟନ୍ତୀ ଅବସରରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ରାଜ୍ୟସଭା ସାଂସଦ ଶ୍ରୀ. ମୁନ୍ନା ଖାଁ, କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀ. ବିଜୟ ନାୟକ ବିଧାୟକ ଶ୍ରୀ.ଅଙ୍ଗଦ କହଁର ଜିଲ୍ଲା ସଭାପତି ଶ୍ରୀ.ସରୋଜ କର୍ଣ୍ଣ ମନ୍ତ୍ରୀ ଶ୍ରୀ. ଜଗନ୍ନାଥ ସାରକା କନ୍ଧମାଳ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l

Leave A Reply

Your email address will not be published.