ଭାରତକୁ ମିଳିଲା ନବମ ସ୍ୱର୍ଣ୍ଣ ; ମୋଟ୍‌‌ ପଦକ ସଂଖ୍ୟା ୩୫

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତର ପଦକ ହାସଲ ଜାରି ରହିଛି। ଶନିବାର ଭାରତକୁ ମିଳିଛି ନବମ ସ୍ୱର୍ଣ୍ଣ। ଟେନିସ ମିକ୍ସଡ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ବୋପନ୍ନା-ଋତୁଜା ଯୋଡି ଜିତିଲେ ପଦକ। ଭାରତର ପଦକ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି। ୯ଟି ସ୍ୱର୍ଣ୍ଣ ସହ ୧୩ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି।

Leave A Reply

Your email address will not be published.