କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା, କନ୍ୟା ସନ୍ତାନର ଆଜି ହେବ ଡିଏନ୍‌ଏ ପରୀକ୍ଷା

ଭୁବନେଶ୍ବର: ରାଜଧାନୀ ଚିକିତ୍ସାଳୟ (କ୍ୟାପିଟାଲ ହସ୍ପିଟାଲ)ରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ସୋମବାର କନ୍ୟା ସନ୍ତାନର ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ବାପା, ମା’ ଓ ପିଲାର ନମୁନା ସଂଗ୍ରହ କରାଯିବା ସହ ଏହାକୁ ପରୀକ୍ଷାଗାରକୁ ପଠାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରବିବାର ନମୁନା ସଂଗ୍ରହ ହୋଇପାରିନଥିବା ଜଣାପଡ଼ିଛି। ଡାକ୍ତରୀ ଦଳଙ୍କ ତଦନ୍ତ ରିପୋର୍ଟକୁ ଅଭିଯୋଗକାରୀ ଗ୍ରହଣ ନ କରିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ।

gpkandhamal

ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଏହି ବିବାଦର ପୂର୍ଣ୍ଣଚ୍ଛେଦ ଘଟିବ ବୋଲି ପୁଲିସ ଆଶା ବାନ୍ଧିଛି। ମା’ ଓ ଶିଶୁକନ୍ୟା ଏବେସୁଦ୍ଧା ଡାକ୍ତରଖାନାରେ ଅଛନ୍ତି।

Umasankar Adv
Leave A Reply

Your email address will not be published.