ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ବାଟ ଦେଖାଇ ଚାଲିଛି  – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ଆମ ପାଇଁ ପ୍ରେରଣାର ଉତ୍ସ। ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ବାଟ ଦେଖାଇ ଚାଲିଛିା ବିଜେଡି ଜନସମ୍ପର୍କ ପଦଯାତ୍ରା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ମା’,ଏସସିଏସଟଙ୍କ ପାଇଁ କାମ କରୁଛି ବିଜେଡିା ମାଆ ମାନଙ୍କ ପାଇଁ ମହିଳା ସଂରକ୍ଷଣ ବିଲ୍‌‌ ଆଇନ ଲାଗୁ ହୋଇଛି। ଓଡିଶା ରୂପାନ୍ତର କ୍ଷେତ୍ରରେ ଆଗେଇ ଚାଲିଛି। ବିଏସକେୱାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛି। ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢିଛି। ପ୍ରାକୃତିକ ଦୁର୍ବିପାକ ମୁକାବିଲା,ଆଇଟି କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡିଶା। ପୁଞ୍ଜି ନିବେଶରେ ଓଡିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

gpkandhamal

ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜୁଜନତା ଦଳ ର ଜନ ସମ୍ପର୍କ ଅଭିଯାନ( ପଦଯାତ୍ରା) ବଡଗଡ କଳିଙ୍ଗ ବିଜୁ ଆଦର୍ଶ କଲୋନୀ ଠାରେ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଦଯାତ୍ରା ର ଶୁଭାରମ୍ଭ କରିଛନ୍ତି ।

Umasankar Adv
Leave A Reply

Your email address will not be published.