ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭବାନୀପାଟଣା / ଥୁଆମୁଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ ଯୋଗାଣ ଅଧିକାରୀ ସୁମନ୍ତ ମଲ୍ଲିକ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲୋହରାଯୋର ଗାଁର କିଛି ଲୋକଙ୍କ ଅନ୍ତୋଦୟ କାର୍ଡ କରିଦେବା ପାଇଁ ଲୋହରାଯୋର୍ ଗାଁର ଜୟ ମାଝିଙ୍କ ଠାରୁ ସେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ସଜାଗ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ରସାୟନ ପ୍ରଲେପ ଦିଆ ଟଙ୍କା ଯୋଗାଣ ଅଧିକାରୀଙ୍କ ଠାରୁ ଜବତ କରିଥିଲେ । ଯୋଗାଣ ଅଧିକାରୀ ସୁମନ୍ତ ମଲ୍ଲିକ ଙ୍କୁ ଧରି ଭିଜିଲାନ୍ସ ଟିମ୍ ଭବାନୀପାଟଣା ଆଣୁଥିବା ଜଣାପଡିଛି।

Leave A Reply

Your email address will not be published.