ଟ୍ରିପଲ ମର୍ଡର ଘଟଣାରେ ଜଣେ ଗିରଫ

ଭବାନୀପାଟଣା : ଗତ ୧ ତାରିଖ ରବିବାର ଦିନ ଜୁନାଗଡ଼ ଥାନା ଶଙ୍କରପାଲାରେ ଟ୍ରିପଲ ମର୍ଡର ଘଟଣାରେ ଜୁନାଗଡ଼ ପୁଲିସ ଜଣକୁ ଗିରଫ କରିଛି । ଗିରଫ ଯୁବକ ମହେନ୍ଦ୍ର ମାଝି (୨୨) ମୃତ ମହିଳାର ପୁତୁରା ବୋଲି ଜଣାପଡିଛି । ଗୁଣି ଗାରେଡ଼ି ସନ୍ଦେହରେ ମହେନ୍ଦ୍ର ନିଜ କାକି ରାଇମତି ଏବଂ ତାର ଦୁଇ ବର୍ଷର ପୁଅକୁ ଛୁରୀରେ ତଣ୍ଟି କରି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି । ତାର ଦେହ ଖରାପ ରହୁଥିବାରୁ କାକି ତାକୁ ଗୁଣି କରିଥିବା ସେ ସନ୍ଦେହ କରି ହତ୍ୟା କରିଥିବା ପୁଲିସ କହିଛି । ତେବେ ଘଟଣା ସମୟରେ ଲଖନାପଡା ଗାଁର ମହେନ୍ଦ୍ର କୁମାର ସେଇ ଘଟଣା ଦେଖି ଦେବାରୁ ତାକୁ ମଧ୍ୟ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା କହିଛନ୍ତି । ତେବେ ଏହି ଘଟଣାରେ ଅଧିକ ଲୋକ ସମ୍ପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି ।

Leave A Reply

Your email address will not be published.