ସିକ୍କିମ୍‌‌ରେ ହଠାତ୍‌‌ ମାଡି ଆସିଲା ବନ୍ୟା ; ୨୩ ଯବାନ ନିଖୋଜ

ଗୌହାଟି: ଉତ୍ତର ସିକ୍କିମର ଲୋନାକ ହ୍ରଦ ଉପରେ ହଠାତ୍ ବାଦଲ ଫଟା ବର୍ଷା ହୋଇ ଲୋଚେନ ଘାଟିରେ ତିସ୍ତା ନଦୀରେ ହଠାତ୍‌‌ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ନେଇ ଖବର ମିଳିଛି। ଉପତ୍ୟକାରେ କିଛି ସୈନ୍ୟ କ୍ୟାମ୍ପ ପ୍ରଭାବିତ ହୋଇଛିା
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ନିର୍ଗତ ହେତୁ ହଠାତ୍ ତଳମୁଣ୍ଡରେ ଜଳ ସ୍ତର ୧୫-୨୦ ଫୁଟ ଉଚ୍ଚକୁ ଜଳସ୍ତର ବୃଦ୍ଧି ପାଇଲା। ଏହି କାରଣରୁ, ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଯାନଗୁଡିକ ପ୍ରଭାବିତ ହୋଇଛି। ଏହାସହ ପ୍ରାୟ ୨୩ ଜଣ ସୈନ୍ୟ ନିଖୋଜ ଥିବା ଏବଂ କିଛି ଗାଡି କାଦୁଅରେ ବୁଡ଼ି ଯାଇଥିବା ଜଣାଯାଇଛି। ତଲାସି ଅଭିଯାନ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଖପାଖ ରାଜ୍ୟରୁ ସେନା ଯବାନ ସିକ୍କିମରେ ପହଞ୍ଚିଥିବା ନେଇ ଖବର ମିଳିଛି।

Leave A Reply

Your email address will not be published.