କ୍ରାଇମ ବ୍ରାଞ୍ଚ ଅଧିକାରୀ ରୂପେ ପରିଚୟ ଦେଇ ୧୫ ଲକ୍ଷ ଟଙ୍କାର ସାଇବର ଠକେଇ

ସମ୍ବଲପୁର : ବୁର୍ଲା କିର୍ବା ନିବାସୀ ବିବେକାନନ୍ଦ ବେହେରାଙ୍କୁ ୪ ତାରିଖ ସକାଳ ସମୟରେ ଏକ କମ୍ପ୍ୟୁଟରାଇଜ କଲ ତାଙ୍କର ଫୋନକୁ ଆସିଥିଲା। ଉକ୍ତ କଲ ସେ ରିସିଭ କରିବା ପରେ ଫେଡ ଏକ୍ସ କୋରିୟରରେ ତାଙ୍କ ନିକଟକୁ ପାର୍ସଲ ଆସି ଫେରି ଯାଇଥିବାର ସୂଚନା ଦେବା ପରେ ୧ ବଟନ ପ୍ରେସ କରିବାକୁ କୁହାଯାଇଥିଲା। ବ୍ୟକ୍ତି ଜଣକ ୧ ବଟନ ଦେବା ପରେ ଅପର ପାଶ୍ୱର୍ରୁ ଏକ ବ୍ୟକ୍ତି ଫୋନ ଉଠାଇ ତାଙ୍କର ନାମରେ ଏକ ସନ୍ଦିଗ୍ଧ ପାର୍ସଲ ତାଇୱାନରୁ ଆସିଛି ଏବଂ ଏଥି ପାଇଁ ତାଙ୍କର ନାମରେ ଏକ ମାମଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ରୁଜୁ କରାଯାଇଛି। ଏଣୁ ସେ ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହେବା ପାଇଁ କଲକୁ ଅନ୍ୟତ୍ର ଟ୍ରାନ୍ସଫର କରି ଦେଇଥିଲେ। ଦ୍ୱିତୀୟ ବ୍ୟକ୍ତି ଜଣକ ତାଙ୍କ ସହିତ କଥା ହେବା ପରେ ଏକ ଆପ୍ଲିକେସନ ଡାଉନଲୋଡ କରାଇ ତାଙ୍କର ସହିତ କଥାବାର୍ତ୍ତା ହୋଇଥିଲେ। ଏହା ପରେ ପିଡିତ ବ୍ୟକ୍ତିଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଲଗିନ କରିବାକୁ କହିଥିଲେ ଏବଂ ସେଠାରେ ଥିବା ପର୍ସନାଲ ଲୋନ ଅଫର ସମ୍ବନ୍ଧରେ ପଚାରିଥିଲେ।

ଏହା ପରେ ଉକ୍ତ ଲୋନ ନେବାକୁ କହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଆସିବା ପରେ ତାଙ୍କୁ ଆରବିଆଇର ଆକାଉଣ୍ଟରେ ଚେକିଂ ପାଇଁ ପଠାଇବାକୁ କହି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ଏହା ପରେ ଟଙ୍କା ଉକ୍ତ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ପରେ ସାଇବର ଠକ ଫୋନ କାଟି ଦେଇଥିଲେ। ଏଣୁ ବ୍ୟକ୍ତି ଜଣକ ସାଇବର ଠକେଇର ଶିକାର ହୋଇଥିବାର ଜାଣି ସମ୍ବଲପୁର ସ୍ଥିତ ସାଇବର ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୨୦/୨୦୨୩ ରୁଜୁ କରି ଘଟଣାର ତଦନ୍ତ କରୁଛି।

Umasankar Adv
Leave A Reply

Your email address will not be published.