ଫୁଲବାଣୀ : ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୭ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲା ର ବିଚାର ୧୬ ଜଣ ସାକ୍ଷୀ ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ତାଜୁ ନାୟକ ୨୫ ବର୍ଷ ପିତା ବିପ୍ର ନାୟକ ଗ୍ରାମ – ନୂଆସାହି (ପିପଲସାହି) ଥାନା -ବାଲିଗୁଡା ଜିଲ୍ଲା -କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧୧,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୧ ବର୍ଷ ୩ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ୍ କୋର୍ଟ ର ସ୍ଵତନ୍ତ୍ର ପି.ପି.ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।ସୂଚନା ଅନୁସାରେ ଗତ ତା ୧୪.୦୬.୨୦୨୧ ରେ ଅଭିଯୁକ୍ତ ଵିବାହର ପ୍ରଲୋଭନ ଦେଖାଇ ଜୋର ଜବରଦସ୍ତି ପିଡୀତା ର ଇଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା। ଏକବର୍ଷ ଯାଏଁ ବ୍ଳାକ୍ ମେଲ୍ ତଥା ଏସିଡ୍ ପକେଇ ଦେବି ବୋଲି ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲା। ମେଡ଼ିସିନ୍ ଦେଇ ତିନି ମାସର ଗର୍ଭ ନଷ୍ଟ କରେଇଥିଲା।ଗ୍ରାମ୍ୟ କମିଟିର ନିଷ୍ପତ୍ତି କ୍ରମେ ପିଡୀତା କୁ ସ୍ତ୍ରୀ ରୂପେ ଘରକୁ ନେଇଥିଲା। କିଛି ଦିନ ପରେ ଗାଳିମନ୍ଦ କରି ଲାତ ବିଧାମାରି ବିଭିନ୍ନ ଅତ୍ୟାଚାର କରି ବାପଘରୁ ଧନ ସମ୍ପତ୍ତି ଆଣିବାକୁ କହି ଘରୁ ବାହାର କରିଦେଇ ଥିଲା। ତେଣୁ ପିଡୀତା ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲା। ଥାନାଧିକାରୀ ଥାନା କେଶ୍ ନମ୍ବର -୧୨୩/ ତା ୧୦.୦୫.୨୦୨୩ରିଖ ରେ ରେଜିଷ୍ଟ୍ରେସନ କରି ଏସ୍ ଆଇ ପ୍ରମୋଦ କୁମାର ଜେନା ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ବିଚାରପତି ମହାଶୟ ତା ୧୪.୦୫.୨୦୨୫ ରିଖରେ ଉକ୍ତ ରାୟ ପ୍ରକାଶ କରିଛନ୍ତି। ପିଡୀତା କୁ କ୍ଷତିପୂରଣ ବାବଦକୁ ଟ୫,୦୦,୦୦୦ଙ୍କା(ପାଞ୍ଚ ଲକ୍ଷ୍ୟ ଟଙ୍କା) ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।