ମାରାତ୍ମକ ଲଟାମରା ପାରାକୁଏଟକୁ ନିଷେଦ୍ଧ ଘୋଷଣା କଲେ ରାଜ୍ୟ ସରକାର

ବୁର୍ଲା : ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡ଼ାକ୍ତର ଶଙ୍କର ରାମଚନ୍ଦାନି ଦ୍ୱାରା ଆରମ୍ଭ ହୋଇଥିବା ମାରାତ୍ମକ ଲଟାମରା ପାରାକୁଏଟ ନିଷେଦ୍ଧ ଅଭିଯାନକୁ ଶେଷରେ ସଫଳତା ମିଳିଛି। ଗତ ୨୦୧୯ ମସିହାରେ ଭିମସାରର ଡ଼ାକ୍ତର ଶଙ୍କର ରାମଚନ୍ଦାନିଙ୍କ ନେତୃତ୍ୱରେ କିଛି ଡ଼ାକ୍ତର ରାଜ୍ୟ ସରକାରଙ୍କୁ ପାରାକୁଏଟକୁ ନିଷେଧ କରିବା ପାଇଁ ଲିଖିତ ଭାବରେ ଜଣାଇଥିଲେ। ଭିମସାରର ୪ ଜଣ ଡ଼ାକ୍ତର ଡ଼ାକ୍ତର ଶଙ୍କର ରାମଚନ୍ଦାନି, ଡ଼ ବିତ୍ତନ ମହାନ୍ତି, ଡ଼ାକ୍ତର ରାଜେଶ ମେହେର ଏବଂ ଡ଼ାକ୍ତର ମୁଗେନ୍ଦ୍ର ପାରାକୁଏଟକୁ ବ୍ୟାନ କରିବା ପାଇଁ ଦାବି କରିଥିଲେ । ୨୦୨୨ ନଭେମ୍ବର ୧୭ ତାରିଖରେ ୟୁଏନଓ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ହସପିଟାଲ ଅଧିକ୍ଷକ ମଧ୍ୟ ମଧ୍ୟ ପତ୍ର ଲେଖିଥିଲେ। ଭିମସାରର ମେଡ଼ିସିନ ବିଭାଗର ବରିଷ୍ଠ ପ୍ରଫେସର ପ୍ରଦୀପ କୁମାର ମହାନ୍ତି ଏବଂ ପ୍ରଫେସର ମାଲତି ମୁର୍ମୁ ମଧ୍ୟ ଏହାକୁ ନେଇ ସରକାରଙ୍କୁ ପତ୍ର ଲେଖିଥିଲେ। ସୁଚନା ଥାଉକି ଗତ ୧୩ ତାରିଖ ଦିନ ଭିମସାରର ୫ ଜଣ ଡାକ୍ତର ସନିୟର ରେସିଡ଼େଣ୍ଟ ଡ଼ାକ୍ତର ଶଙ୍କର ରାମଚନ୍ଦାନିଙ୍କ ନେତୃତ୍ୱରେ ପାଞ୍ଚଜଣିଆଁ ଡ଼ାକ୍ତର ପାରାକୁଏଟ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଦାବି ନେଇ ୨୪ ଘଣ୍ଟିଆ ଅନଶନ ମଧ୍ୟ କରିଥିବା ଦୃଷ୍ଟାନ୍ତ ମଧ୍ୟ ରହିଛି । ପାରାକୁଏଟ ଏକ ହାନିକାରକ ଏବଂ ମଣିଷଙ୍କ ପକ୍ଷେ ଅତ୍ୟନ୍ତ ବିପଜ୍ଜନକ ତୃଣନାଶକ । ଏହା ଦ୍ବାରା ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପୃଥିବୀର ୩୮ଟି ଦେଶ ସହିତ କେରଳ ଓ ତାମିଲନାଡ଼ୁ ରାଜ୍ୟ ସରକାର ପାରାକୁଏଟକୁ ନିଷେଦ୍ଧ ଘୋଷଣା କରିସାରିଛନ୍ତି। ଏହି  ଲଟାମରା ପ୍ରଭାବରେ ପର୍ଯ୍ୟାୟକ୍ରମେ କିଡ଼ନୀ ଏବଂ ଯକୃତ ଭଳି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ ହୋଇଯାଇଥାଏ। ଏହାର ଉପଚାର ତଥା ନିଦାନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଔଷଧ ଉଦ୍ଭାବନ ହୋଇ ପାରି ନାହିଁ। ଏଣୁ ଏହାର ପ୍ରଭାବରେ ଜୀବନ ରହିବା ଆଶା କ୍ଷୀଣ ରହିଥାଏ। ପୂର୍ବରୁ ଡାକ୍ତରମାନେ ପାରାକୁଏଟକୁ ବନ୍ଦ କରିବା ପାଇଁ ଦସ୍ତଖତ ଅଭିଯାନ କରିଥିବା ବେଳେ ଏହା ବାବଦରେ କଟକଣା ଜାରି କରିବା ପାଇଁ ବରିଷ୍ଠ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ । ଏପରିକି ଭିମସାର ହସପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ମଧ୍ୟ ଏହାକୁ ନିଷିଦ୍ଧ କରିବା ପାଇଁ ରାଜ୍ୟସରକାରଙ୍କୁ ପତ୍ର ମଧ୍ୟମରେ ଅନୁରୋଧ କରିଥିଲେ।

Leave A Reply

Your email address will not be published.