କାଶିବେଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି; ଶହେ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଖଣ୍ଟଘର ପଞ୍ଚାୟତ କାଶିବେଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଏବେ ଦୁର୍ଦ୍ଦିନରେ ଗତି କରୁଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଏଠାରେ ମୋଟ ୧୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଏଠାରେ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି। ଏଠାରେ ପ୍ରଥମ ଶ୍ରେଣୀରେ ୧୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୯ ଜଣ, ତୃତୀୟ ଶ୍ରେଣୀରେ ୨୪ ଜଣ, ଚତୁର୍ଥ ଶ୍ରେଣୀ ରେ ୧୪ ଜଣ ଏବଂ ପଞ୍ଚମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଏଠାରେ ବିନା ଶିକ୍ଷକ ରେ କେମିତି ସମ୍ଭବ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ବିଦ୍ୟାଳୟର ଛାତ ମଧ୍ୟ ଦୁର୍ବଳ ହୋଇପଡ଼ିଲାଣି। ବର୍ଷା ଦିନେ ଛାତରୁ ପାଣି ଗଲୁଛି। ୨ ଜଣ ଶିକ୍ଷକ ଥିବାରୁ ଜଣେ କେହି ଛୁଟିରେ ଗଲେ ଆଉ ଜଣେ ବିଦ୍ୟାଳୟ ଜଗିବା ସାର ହେଉଛି।ପୁରାତନ ଏହି ପ୍ରାଥମିକ ବିଦ୍ୟାଳୟରେ ଶହେ ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଅନ୍ତତଃ ପକ୍ଷେ ଏଠାରେ ୩ଜଣ ଶିକ୍ଷକ ଦେବାକୁ ଗ୍ରାମବାସୀ ମତ ରଖିଛନ୍ତି। ସେହି ଘଟଣା ବ୍ଲକ ର ପାରାଭାଡ଼ି ସାହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୮ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ଥିବାବେଳେ ଖଣ୍ଟଘର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀର ମୋଟ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ କାଶିବେଡା ପ୍ରାଥମିକ ବିଦ୍ୟାଳୟ ପ୍ରତି ଗଣଶିକ୍ଷା ବିଭାଗର ପାତର ଅନ୍ତର ନୀତି ଗ୍ରହଣୀୟ ନୁହେଁ ବୋଲି ଅଭିଭାବକମାନେ ସୂଚନା ଦେବା ସହ ଯଥାଶୀଘ୍ର କାଶିବେଡା ପ୍ରାଥମିକ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇଛନ୍ତି।

Leave A Reply

Your email address will not be published.