ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ; ଥାନାରେ ଆତ୍ମସମର୍ପଣ

କେନ୍ଦୁଝରଗଡ଼: ଗୁରୁତର ରୋଗରେ ପୀଡିତ ହୋଇ ଚିକିତ୍ସା ନିମନ୍ତେ ଭଉଣୀକୁ ଅର୍ଥ ମାଗିବ ନ ମିଳିବାରୁ ଭାଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର କେନ୍ଦୁଝର ଜିଲାରେ ଆଲୋଡନ ସୃଷ୍ଟି କରିଛି। ପଣ୍ଡାପଡ଼ା ଥାନା ଅଧିନ ସୋମଗିରି ଗ୍ରାମର ପ୍ରସନ୍ନ ବାରିକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟକରି ଯାହା ଦି’ପଇସା ରୋଜଗାର କରନ୍ତି ରୋଜଗାର ଅର୍ଥକୁ ପତ୍ନୀ ଓ ତାଙ୍କ ପାଖରେ ରହୁଥିବା ଅବିବାହିତ ଭଉଣୀ ମାଳତୀକୁ ଦେଇଥାନ୍ତି। ପ୍ରସନ୍ନ ଗତ କିଛିଦିନ ଧରି ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବାବେଳେ ଚିକିତ୍ସା ପାଇଁ ଛୁଟିରେ ଆସି ଘରେ ରହୁଥିଲେ। ତେବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୮ଟାରେ ପ୍ରଥମେ ପତ୍ନୀ ଓ ପରେ ଭଉଣୀକୁ ଅର୍ଥ ମାଗି ବିଫଳ ହେବାରୁ ଉତ୍‌‌କ୍ଷିପ୍ତ ହୋଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭଉଣୀ ମାଳତୀଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ମାଳତୀଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସାମାନ୍ୟ କଥାକୁ କେନ୍ଦ୍ର କରି ଗୁଳିକାଣ୍ଡ ଭଳି ଏକ ଅଭାବନୀୟ ଘଟଣାରେ ଭଉଣୀକୁ ହତ୍ୟା କରିଥିବା ଭାଇ ପ୍ରସନ୍ନ ଆତ୍ମସମର୍ପଣ କରିଥିବା ବେଳେ ପଣ୍ଡାପଡ଼ା ପୁଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.