ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଶ୍ରୀଲଙ୍କାର ଆହ୍ବାନ

ଦିଲ୍ଲୀ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଶନିବାର ଦିଲ୍ଲୀର ଅରୁଣଜେଟ୍‌ଲୀ ଷ୍ଟାଡ଼ିୟମରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ। ୧୯୯୬ ବିଜେତା ଶ୍ରୀଲଙ୍କା ଦାସୁନ ସନକାଙ୍କ ନେତୃତ୍ବରେ ଖେଳିବ। ଦଳ ଗତ ଏସିଆ କପ୍‌ର ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଶୋଚନୀୟ ପରାଜୟ ବରଣ କରିଥିଲା ଦଳ​‌ର ବ୍ୟାଟିଂ ଭାର ମୁଖ୍ୟତଃ ଦିମୁତ କରୁଣାରତ୍ନେ, କୁଶଳ ମେଣ୍ଡିସ, କୁଶଳ ପେରେରା, ସାଦିରା ସମରୱିକ୍ରମ​‌ା ଓ ଧନଞ୍ଜୟ ଡିସିଲ୍‌ଭାଙ୍କ ଉପରେ ନିର୍ଭର କରିବ। ବୋଲିଂରେ ଦଳ ନିକଟରେ ମହେଶ ତୀକ୍ଷଣ, ଦୁନିତ ୱାଲାଲାଗେ, ମହେଶ ପାଥିରାଣା ପ୍ରମୁଖ ରହିଛନ୍ତି। ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ ସହ ବିଶ୍ବକପ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବିଶ୍ବକପ ଜିତିବା ଲକ୍ଷ୍ୟ ରଖି ଭାରତରେ ପହଞ୍ଚିଥିବା ତାମ୍ବେ ବଭୁମାଙ୍କ ନେତୃତ୍ବାଧିନ ଦକ୍ଷିଣ ଆଫ୍ରିକା ମଧ୍ୟ ଚଳିତ ବିଶ୍ବକପରେ ଅନ୍ୟତମ ଶକ୍ତିଶାଳୀ ଦଳ। ବୋଲିଂ ଦଳର ମୁଖ୍ୟ ଅସ୍ତ୍ର। କାଗିସୋ ରାବଡା, ଲୁଙ୍ଗି ଏନ୍‌ଗିଡି, ମାର୍କୋ ୟାନସେନ, ତାବରିଜ୍‌ ସାମ୍‌ସି,ଲିଜାର୍ଡ ୱିଲିୟମ ପ୍ରମୁଖ ବୋଲିଂ ଭାର ସମ୍ଭାଳିବେ। ବ୍ୟାଟିଂରେ ବଭୁମା, ହେନରିଚ କ୍ଲାସେନ, ଆଇଡାନ ମାର୍କରାମ,ଡେଭିଡ୍‌ ମିଲର, କ୍ବିଣ୍ଟନ ଡିକକ୍‌ ପ୍ରମୁଖ ରହିଛନ୍ତି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ ଆଫ୍ରିକା ୪ଟି ଓ ଶ୍ରୀଲଙ୍କା ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ବଡ ପ୍ରତିଯୋଗିତାରେ ସବୁବେଳେ ବିଫଳ ହୋଇଥାଏ। ଚଳିତ ଥର ଦଳ ଏହାର ପୁନରାବୃତ୍ତି ନଘଟାଇବାର ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.