ଧର୍ମଶାଳାରେ ଆଫଗାନିସ୍ତାନ-ବାଂଲାଦେଶ ଲଢ଼େଇ

ଧର୍ମଶାଳା: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣର ଶନିବାର ଧର୍ମଶାଳାରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଏସୀୟ ଦଳ ବିଶ୍ବକପରେ ଚମତ୍କାର କରିବା ଲକ୍ଷ୍ୟ ରଖିଛନ୍ତି। ସାକିବ୍‌ ଅଲ୍‌ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ଦଳରେ ନାଜମୁଲ ହୋସେନ ସାଣ୍ଟୋ, ଲିଟନ ଦାସ, ମେହେଦି ହାସନ, ମୁସଫ୍ୟୁକର ରହିମ,ତାନଜିଦ୍‌ ହାସନଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ବୋଲିଂରେ ତସ୍କିନ ଅହମ୍ମଦ, ମୁସ୍ତାଫିଜ୍ୟୁର ରେହମାନ, ସୌରିଫୁଲ ଇସ୍‌ଲାମ ପ୍ରମୁଖ ରହିଛନ୍ତି। ଅଲରାଉଣ୍ଡର ଭାବେ ମହମ୍ମଦୁଲ୍ଲା ଓ ମେହେଦି ହାସଦ ମିର୍ଜା ପ୍ରମୁଖ ରହିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ହାସମତୁଲ୍ଲା ସାହିଦଙ୍କ ନେତୃତ୍ବାଧିନ ଆଫଗାନିସ୍ତାନ ଦଳ ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଲକ୍ଷ୍ୟ ରଖିଛି। ଦଳର ବ୍ୟାଟିଂ ଭାର ମୁଖ୍ୟତଃ ଇବ୍ରାହିମ ଜର୍ଡାନ, ଇକ୍ରାମ ଅଖିଲ, ରହେମତୁଲ୍ଲା ଗୁର୍‌ବାଜ୍‌, ମହମ୍ମଦ ନବୀଙ୍କ ଉପରେ ନିର୍ଭର କରିବ। ସେହିପରି ଦଳର ତାରକା ସ୍ପିନର ରସିଦ ଖାନଙ୍କ ସମେତ ମୁଜିବ ଉର୍‌ ରେହମାନ, ନବୀନ ଉଲ୍‌ ହକ ପ୍ରମୁଖ ରହିଛନ୍ତି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ​‌େ​‌ଶଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଆଫଗାନିସ୍ତାନ ୩ଟି ଓ ବାଂଲାଦେଶ ଦୁଇଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଗତ ସେପ୍ଟେମ୍ବରରେ ଏସିଆ କପ୍‌ରେ ବାଂଲାଦେଶ ୮୯ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଦୁଇ ଦଳ ସମ ଦକ୍ଷତାପୂଣ୍ଣ ଦଳ ମଧ୍ୟରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.