ସିକ୍କିମରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର : ୪୫ କୋଟି ଟଙ୍କା ସହାୟତା ଘୋଷଣା

ସିକ୍କିମ: ବନ୍ୟା ପ୍ରଭାବିତ ସିକ୍କିମରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ କହିଛନ୍ତି ଯେ ସିକ୍କିମରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଜୀବନଯାତ୍ରାକୁ ସ୍ବଭାବିକ କରିବା ପାଇଁ ରିଲିଫ ଦଳ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କୁ ତୁରନ୍ତ ୨୦୦୦ ଟଙ୍କା ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

gpkandhamal

ସିକ୍କିମରେ ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ରସରକାର ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ ଗଠନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ଟିମ୍ ଖୁବ୍ ଶୀଘ୍ର ରାଜ୍ୟର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏବଂ ଏହାର ମୂଲ୍ୟାୟନ ଆଧାରରେ ସିକ୍କିମକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ। ବନ୍ୟା ପ୍ରଭାବିତ ସିକ୍କିମକୁ ବିପର୍ଯ୍ୟୟ ସହାୟତା ବାବଦରେ କେନ୍ଦ୍ର ସରକାର ପ୍ରାୟ ୪୫ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି।

Umasankar Adv

ସିକ୍କିମରେ ଭୟଙ୍କର ବନ୍ୟାରେ ୨୬ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି, ସେନା କର୍ମଚାରୀଙ୍କ ସମେତ ୧୪୨ ଜଣ ନିଖୋଜ ଅଛନ୍ତି। ୧୧୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୨୪୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.