ରାହୁଲ ଗାନ୍ଧୀଙ୍କୁ ରାବଣ ଭାବେ ଚିତ୍ରଣ ପ୍ରସଙ୍ଗ, ଦୃଢ଼ ନିନ୍ଦା କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବିଜେପି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରିତ କରାଯାଇ ଯେଉଁ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି ତାହାର ଦୃଢ଼ ନିନ୍ଦା କରିବା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ଜନପ୍ରିୟତା ଏବଂ ଗ୍ରହଣୀୟତାକୁ ବିଜେପି ଓ ମୋଦୀ ସରକାର ଭୟ କରୁଛନ୍ତି। ଏଣୁ ଜନସାଧାରଣରେ ଜନନାୟକ ରାହୁଲ ଗାନ୍ଧୀଙ୍କର ଛବିକୁ ମଳିନ କରିବା ପାଇଁ ମୋଦୀ ସରକାର ଷଡ଼ଯନ୍ତ୍ର କରୁଛି। ଏହା ଘୃଣା, ହିଂସା ଓ ଇର୍ଷାର ରାଜନୀତି ବୋଲି ଶ୍ରୀ ବେହେରା କହିଛନ୍ତି। ସେ କହିଛନ୍ତି, କ୍ଷମତାର ଅହମିକା ସବୁକାଳର ସୀମା ଟିପିଛି, ତା’ ସହିତ ଅସହିଷ୍ମୁତା ମଧ୍ୟ ସବୁ କାଳର ସୀମା ଟପିଛି। ରାଜନୀତିରେ ଏବଂ ଗଣତନ୍ତ୍ରରେ ସମାଲୋଚନା କରାଯାଏ। ମାତ୍ର ସବୁର ଗୋଟେ ଲକ୍ଷ୍ମଣ ରେଖା ଥାଏ। ବିଜେପି ଏତେ ଛାନିଆ କାହିଁକି ଓ ରାହୁଲ ଗାନ୍ଧୀଙ୍କ ପ୍ରତି ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.