ଭାରତ ପାଇଁ ସ୍ବର୍ଣ୍ଣିମ ଦିନ : ବ୍ୟାଡମିଣ୍ଟନ, କ୍ରିକେଟ ଓ କବାଡିରେ ସ୍ୱର୍ଣ୍ଣ

ହାଙ୍ଗଝୌ : ହାଙ୍ଗଝୌ ଏସୀୟ କ୍ରୀଡାରେ ଶନିବାର ଭାରତ ପାଇଁ ସ୍ବର୍ଣ୍ଣିମ ଦିବସ ସାବ୍ୟସ୍ତ ହୋଇଛି । ଭାରତ ୧୦୦ରୁ ଅଧିକ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । କବାଡି, ବ୍ୟାଡମିଣ୍ଟନ ଓ  କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ମହିଳା କବାଡିରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ୧୦୦ତମ ପଦକ ହାସଲ କରିଥିବା ବେଳେ ପରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ, ପୁରୁଷ କ୍ରିକେଟ ଏବଂ ପୁରୁଷ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଛି।

gpkandhamal

ଶନିବାର ସକାଳେ ମହିଳା କବାଡିରେ ସ୍ୱର୍ଣ୍ଣ ପଦକ ଜିତି  ଭାରତ ୧୦୦ତମ ପଦକ ହାସଲ କରିଥିଲା। ପରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ଭାତ ସ୍ବର୍ଣ୍ଣ ପଦକ ଜିତିଥିଲା। ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ପୁରୁଷ କ୍ରିକେଟରେ ମଧ୍ୟ ଭାରତ ସ୍ୱର୍ଣ୍ଣପଦକ ଜିତିଥିଲା। ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଥିଲା । ତେବେ ବର୍ଷା ଯୋଗୁ ମ୍ୟାଚ ବାତିଲ ସତ୍ତ୍ୱେ ଆଫଗାନିସ୍ତାନ ଅପେକ୍ଷା ଭଲ ଅନ୍ତର୍ଜାତୀୟ ମାନ୍ୟତା ପାଇଁ ଭାରତକୁ ସ୍ୱର୍ଣ୍ଣ ପ୍ରଦାନ କରାଯାଇଥିଲା। ପରେ ପୁରୁଷ କବାଡିରେ  ଇରାନ୍‌କୁ ୩୩-୨୯ ପଏଣ୍ଟରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା।

Umasankar Adv

ପରେ ମହିଳା ହକିରେ ଭାରତ, ଜାପାନକୁ ୨-୧ ଗୋଲ୍‌ରେ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଏଥି ସହ ଭାରତ ୨୮ ସ୍ୱର୍ଣ୍ଣ, ୩୬ ରୌପ୍ୟ, ୪୧ ବ୍ରୋଞ୍ଜ ପଦକ ସହ ୧୦୫ ପଦକ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି।

Leave A Reply

Your email address will not be published.