ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରରେ ମାନସିକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ଆଜି ‘ମାନସିକ ସ୍ଵାସ୍ଥ୍ୟ ସଚେତନତା’ ଶୀର୍ଷକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ କ୍ଲିନିକାଲ ସାଇକୋଲୋଜିଷ୍ଟ ଲୋକନାଥ ଚୌଧୁରୀ ଯୋଗ ଦେଇ ‘ମାନସିକ ସ୍ଵାସ୍ଥ୍ୟ ଆମ ସମସ୍ତଙ୍କର ମୌଳିକ ଅଧିକାର’ ବାର୍ତ୍ତାକୁ ଉପସ୍ଥାପିତ କରିବା ସହ ସଂପୃକ୍ତ ଛାତ୍ରଛାତ୍ରୀ ମାନଙ୍କର ଆତ୍ମହତ୍ୟା ପ୍ରବଣତା, ପରିବେଶ ସହିତ ମାନସିକ ସ୍ଵାସ୍ଥ୍ୟର ସମ୍ପର୍କ, ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଆହ୍ବାନକୁ ମୁକାବିଲା କରିବାରେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଗୃହ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ଡ଼ ସସ୍ମିତା ବେହେରା ନିଜ ବ୍ୟକ୍ତବରେ କହିଥିଲେ ମାନସିକ ଓ ଶାରରୀକ ସ୍ଵାସ୍ଥ୍ୟ ପରସ୍ପର ଉପରେ ନିର୍ଭରଶୀଳ ଏବଂ ଉଭୟ ପରସ୍ପରକୁ ପ୍ରଭାବିତ କରିଥାନ୍ତି ବୋଲି ଉପସ୍ଥାପନା କରିଥିଲେ।

Leave A Reply

Your email address will not be published.