ପାର୍ବଣ ପୂର୍ବରୁ ଚେଇଁଲା ସମ୍ବଲପୁର ପୁଲିସ: ୫୪ଶହ ନିଶା କଫ ସିରପ ଜବତ, ୩୨ ଜଣ ଗିରଫ

ସମ୍ବଲପୁର : ଜିଲାରେ ଅପରାଧିକ କାର୍ଯ୍ୟକଳାପ ପକ୍ଷରେ ନିଶା ଏକ ପ୍ରମୁଖ କାରଣ ରହିଥିବାର ନଜୀର ରହିଛି। ଏଣୁ ପାର୍ବଣ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ନିଶା କାରବାର ଉପରେ ଅଙ୍କୁଶ ଲଗାଇ ଜନତାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ଫଳରେ ଦୀର୍ଘ ଦିନର ନିରବତା ପରେ ସମ୍ବଲପୁର ପୁଲିସ ଚଢ଼ାଉ କରି ନିଶା କଫ ସିରପ କାରବାରରେ ସଂପୃକ୍ତ ଏକ ବଡ ରାକେଟକୁ ଧରିଛି। ପୁଲିସ ଚଢ଼ଉ ସମୟରେ ୫୪ ଶହ ନିଶା କଫ ସିରପ ସହିତ ୬ ଜଣ ମୁଖ୍ୟ ଚାଲାଣକାରୀ ଓ ୨୬ ଜଣ ଖୁଚୁରା ବ୍ୟବସାୟୀ ମାନଙ୍କ ସମେତ ସମୁଦାୟ ୩୨ ଜଣଙ୍କୁ ଗିରଫ କରିଛି।

gpkandhamal

ଏ ସମ୍ପର୍କରେ ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଦୀପ ସାହୁ ବିସ୍ତୃତ ସୂଚନା ଦେଇଛନ୍ତି। ବିପୁଳ ମାତ୍ରାରେ ନିଶା କଫ ସିରଫ ପଶ୍ଚିମବଙ୍ଗର କୋଲକତା ଅଞ୍ଚଳରୁ ଏକ ଗାଡିରେ ଚାଲାଣ ହୋଇ ସମ୍ବଲପୁରକୁ ଆସୁଥିବାର ଖବର ମିଳିଥିଲା। ଏହି ନିଶା କଫ ସିରପ ଗୁଡିକ ସହର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇ ଦଶହରା ସମୟରେ ବିକ୍ରି କରାଯିବାର ଯୋଜନା ରହିଥିବାର ସୂଚନା ପାଇଁ ପୁଲିସ ଧନୁପାଲି ଥାନା ଅର୍ନ୍ତଗତ ଝାଙ୍କରପଡା ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଉକ୍ତ ଗାଡିଟି ୧୮ଟି ବସ୍ତାରେ ୫୪ ଶହ ନିଶା କଫ ସିରଫ ଗୁଡିକୁ ସେଠାରେ ଥିବା ଏକ କ୍ୟାବିନ ଦୋକାନରେ ଓହ୍ଲାଇ ଚମ୍ପଟ ମାରିଥିବା ବେଳେ ନିଶା ସାମଗ୍ରୀ ଗୁଡିକୁ ସହରର ବିଭିନ୍ନ ନିଶା ବେପାରୀ ମାନଙ୍କ ନିକଟକୁ ଚାଲାଣ କରିବା ପାଇଁ ୬ ଜଣ ଚାଲାଣକାରୀ ମାନେ ଯୋଜନା କରୁଥିଲେ। ପୁଲିସ ଘଟଣାସ୍ଥଳରୁ ୫୪ ଶହ ନିଶା କଫ ସିରଫ ସହିତ ମୋତିଝରନ ନିବାସୀ ଶେଖ ରିୟାଜ୍ଜୁଦ୍ଦିନ (୨୦), କ୍ଷେତିପଡା ନିବାସୀ ଶେଖ କବିର ଓରଫ ସାମ୍ମୀ (୩୮), ଧନୁପାଲି ଗୋପାଲଜୀ ମନ୍ଦିର ନିକଟସ୍ଥ ଆଶିଷ ପାଣିଗ୍ରାହୀ (୩୪), ଅଇଁଠାପାଲି ଥାନା ଅର୍ନ୍ତଗତ ଖେଜୁରିଆପଡା ନିବାସୀ ତ୍ରିନାଥ ବେହେରା (୩୨), ବୁଢ଼ାରଜା ରାମଗଡପଡା ନିବାସୀ ରିଙ୍କୁ ଅଡଜୁଅଡ ଓରଫ ଟିକଲୁ (୨୩) ଓ ଟାଉନ ଥାନା ଅର୍ନ୍ତଗତ ସାହୁ କଲୋନୀ ନିବାସୀ ଶାନ୍ତନୁ ଦାସ (୨୮) ଙ୍କୁ ଧରିଥିଲା। ଅଭିଯୁକ୍ତ ମାନଙ୍କ ନିକଟରୁ ପୁଲିସ ନିଶା କଫ ସିରଫ ବିକ୍ରି ପାଇଁ ନିଆଯାଇଥିବା ଅଗ୍ରିମ ୧୨ ହଜାର ଟଙ୍କା, ୨ଟି ମୋଟର ସାଇକେଲ (ଓଡି – ୧୫ – ଟି – ୮୭୫୮ ଏବଂ ଓଡି – ୧୫ – ଡବ୍ଲ୍ୟୁ – ୮୨୪୬) ଏବଂ ନିଶା ବେପାରୀ ମାନଙ୍କର ନାମ ଲେଖା ଥିବା ଏକ ଗୁପ୍ତ ଡାଏରୀ ଜବତ କରିଥିଲା।

Umasankar Adv
Leave A Reply

Your email address will not be published.