୨୫ଟି ପୌରସଂସ୍ଥାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’, ୱେବ୍ ଆଧାରିତ ଆପ୍ କାର୍ଯ୍ୟକ୍ରମ ରୂପାୟନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ: ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର : ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ଵାରା ସଂଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ- ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି। ରାଜ୍ୟର ୧୧୫ ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ (ପ୍ରବାସୀ ଶ୍ରମିକ)ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଯୋଜନାର ସଠିକ୍ ରୂପାୟନ ପାଇଁ ତଥା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସଠିକ ସମୟରେ ତାଙ୍କ ପ୍ରାପ୍ୟ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୱେବ୍ ଆଧାରିତ ଆପ୍ ‘ମୁକ୍ତା ସଫ୍ଟ’ ପ୍ରବର୍ତ୍ତନ କରିଛନ୍ତି। ଏହି ୱେବ୍ ଆଧାରିତ ଆପ୍ ର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ପାଇଲଟ୍/ଆଗୁଆ ପରୀକ୍ଷଣ ଢେଙ୍କାନାଳ ଓ ଜଟଣୀ ପୌରପାଳିକାରେ କରାଯାଇଛି। ପାଇଲଟ୍ ପରୀକ୍ଷଣର ସଫଳତା ଭିତ୍ତିରେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ, ଯାହା ମଧ୍ୟରେ ୫ ଟି ମହାନଗର ନିଗମ, ୧୪ ଟି ପ୍ରମୁଖ ପୌରପାଳିକା ଓ ୬ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ।

gpkandhamal

‘ମୁକ୍ତା ସଫ୍ଟ୍ ୧.୦’ ର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରୀୟ ମୁକ୍ତା ପି .ଏମ୍ .ୟୁ ତଥା ରାଜ୍ୟବ୍ୟାପୀ ୨୫ ଟି ପୌରସଂସ୍ଥାର ମାଷ୍ଟର୍ ଟ୍ରେନର୍ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ‘ମୁକ୍ତା ସଫ୍ଟ୍ ୧.୦’ ର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀ ମାନଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର୍ ଟ୍ରେନର୍ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍ ଏହି ମାଷ୍ଟର୍ ଟ୍ରେନର୍ ମାନଙ୍କୁ ଅଭିଭାଷଣ ପ୍ରଦାନ କରି, ଏଭଳି ପ୍ରମୁଖ ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ସୂଚନା ଦେଇଥିଲେ।

Umasankar Adv
Leave A Reply

Your email address will not be published.