ମର୍ମନ୍ତୁଦ ଦୁର୍ଘଟଣା ; ୬ ଯୁବକ ମୃତ

ନୂଆଦିଲ୍ଲୀ : ହରିୟାଣା ଶିବାନୀର ଗାଁ ସେରଲା ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ୪ ଜଣଙ୍କ ଘଟଣା ସ୍ଥଳରେ ଓ ୨ ଜଣଙ୍କ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ଘଟିଛି। କାର୍‌‌ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କାର୍‌‌ରେ ଥିବା ୬ ଜଣ ଯୁବକ ସେରଲା ଗାଁ ଅଭିମୁଖେ ଆସୁଥିଲେ। ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ ସହ ଏହି କାରର ଖୁବ୍‌‌ ଜୋରରେ ଧକ୍କା ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.