ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ ଅଜୟ ଆରମ୍ଭ : ପଠାଗଲା ସ୍ୱଚନ୍ତ୍ର ବିମାନ, ବୈଦେଶିକ ମନ୍ତ୍ରୀଙ୍କ ସୂଚନା

ଇସ୍ରାଏଲ : ଇସ୍ରାଏଲରୁ ଉଦ୍ଧାର ହେବେ ଭାରତୀୟ ନାଗରିକ । ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଏଥିପାଇଁ ସ୍ୱତନ୍ତ୍ର ଚାଟାର୍ଟ ଫ୍ଲାଇଟ ପଠାଇବା ସହ ଅନ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଚାହୁଁଛନ୍ତି ସେମାନେ ଇସ୍ରାଏଲରୁ ଭାରତ ଫେରିପାରିବେ । ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଭାରତ ବଦ୍ଧପରିକର ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ଇସ୍ରାଏଲର ପ୍ରାୟ ୧୮ହଜାର ଭାରତୀୟ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଛାତ୍ର, ନର୍ସ, ଆଇଟି ପ୍ରଫେସନାଲ । ଏମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ରହୁଛନ୍ତି । ଆଉ ସେମାନଙ୍କୁ ସୁରକ୍ଷିତ ଆଣିବା ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।

Leave A Reply

Your email address will not be published.