ବ୍ରହ୍ମପୁର : ମହିଳାଙ୍କୁ ପିିଟିପିଟି ହତ୍ୟା । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମହିଳାଙ୍କ ଘରେ ପଶି ହତ୍ୟା କରିଛନ୍ତି ।
ମୃତ ମହିଳା ଜଣଙ୍କ ହେଉଛନ୍ତି ଶିଶୁ ସୁରକ୍ଷା କମିଟିର ସଦସ୍ୟ ସୌଦାମିନି ରଥ । ସୌଦାମିନି ଗତକାଲି ଘରେ ମୋବାଇଲରେ କଥା ହେଉଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ । ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।