ବିସ୍ଫୋରକ ମୋଡ଼ରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ

ୱାଶିଂଟନ/ତେଲ ଆବିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ୯ମ ଦିନରେ ପହଞ୍ଚିଛି। ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରାୟ ୪୦୦୦ଜଣ ପ୍ରାଣ ହରାଇଲେଣି। ଏଥିରେ ଇସ୍ରାଏଲର ୨୭୯ଜଣ ସୈନିକ ଓ ସାଧାରଣ ନାଗରିକଙ୍କ ସମେତ ୧୫୦୦ରୁ ଅଧିକ ପ୍ରାଣ ହରାଇଲେଣି। ଯୁଦ୍ଧରେ ଇସ୍ରାଏଲ ୩୦୦୦ ନାଗରିକ ଆହତ ହେଲେଣି। ସେହିପରି ହମାସ ଆତଙ୍କବାଦୀକୁ ଟାର୍ଗେଟ କରି ଇସ୍ରାଏଲ ଗାଜା ଉପରେ କରିଥିବା ଆକ୍ରମଣ ଯୋଗୁଁ ଏଠାରେ ଆତଙ୍କବାଦୀ ଓ ସାଧାରଣ ନାଗରିକଙ୍କ ସମେତ ୨୫୦୦ରୁ ଅଧିକ ପ୍ରାଣ ହରାଇଲେଣି। ଇସ୍ରାଏଲ ଆକ୍ରମଣରେ ଗାଜାରେ ୮୦୦୦ ଆହତ ହେଲେଣି। ଉଭୟଙ୍କ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାକୁ ଯାଉଥିବାବେଳେ ଏହା ଆଗକୁ ବିସ୍ଫୋରକ ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଯୁଦ୍ଧରେ ଅନ୍ୟ କେତେକ ପକ୍ଷ ନିଜକୁ ସାମିଲ କରିଛନ୍ତି। ଲେବାନନ ଓ ସିରିୟାର ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଗାଜା ଉପରେ ଇସ୍ରାଏଲ ସେନା ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିଛି। ଆକ୍ରମଣ ଆରମ୍ଭ ଲାଗି ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ୟାବିନେଟର ଜରୁରୀ ବୈଠକ ଡକାଇଛନ୍ତି।

gpkandhamal

ଏହା ପୂର୍ବରୁ ଇସ୍ରାଏଲ ସେନା ଗାଜା ଛାଡି ପଳାଇବା ଲାଗି ଏଠାକାର ସାଧାରଣ ନାଗରିକଙ୍କୁ କହିଛି। ଗାଜା ଛାଡି ପଳାଇବା ଲାଗି ଇସ୍ରାଏଲ ସେନା ରବିବାର ଏହାର ଧାର୍ଯ୍ୟ ମହଲତକୁ ବୃଦ୍ଧି କରିଛି। ଗାଜା ଖାଲି କରିବା ଲାଗି ଇସ୍ରାଏଲ ଏଠାକାର ନାଗରିକଙ୍କୁ ରବିବାର ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଅତିରିକ୍ତ ସମୟ ଦେଇଛି। ଗାଜା ଖାଲିକରି ସାଧାରଣ ନାଗରିକଙ୍କୁ ଦକ୍ଷିଣସ୍ଥ ୱାଡି ଗାଜାକୁ ପଳାଇବା ଲାଗି ସାଧାରଣ ଲୋକଙ୍କୁ କୁହାଯାଇଛି। ଇସ୍ରାଏଲର ଏପରି ଆହ୍ବାନ ପରେ ଲକ୍ଷ ଲକ୍ଷ ଗାଜାବାସୀ ଘରଦ୍ବାର ଛାଡି ପଳାଇଲେଣି। ଅନ୍ୟପଟେ ଇସ୍ରାଏଲ ଉପରେ ଆକ୍ରମଣ ବୃଦ୍ଧି ପାଇଥିବାବେଳେ ସୀମାନ୍ତ ଅଞ୍ଚଳରୁ ଏହା ନାଗରିକଙ୍କୁ ସ୍ଥାନାନ୍ତର କରିଛି। ଲେବାନନସ୍ଥିତ ହେଜବୋଲ୍ଲା ସଂଗଠନର ଆକ୍ରମଣରେ ଇସ୍ରାଏଲ ସେନାର ତିନିଜଣ ସୈନିକ ଆହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ହେଜବୋଲ୍ଲାର ଏପରି ଆକ୍ରମଣ ପରେ ଇସ୍ରାଏଲ ଏହାର ନାଗରିକଙ୍କୁ ସୀମାନ୍ତ ଅଞ୍ଚଳ ଠାରୁ ୪କିମି ଦୂର ପର୍ଯ୍ୟନ୍ତ ଖାଲି କରିବାକୁ କହିଛି। ହେଜବୋଲ୍ଲା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଲୋବାନନ ସୀମାରେ ମଧ୍ୟ ଇସ୍ରାଏଲ ସ୍ଥଳପଥରେ ଆକ୍ରମଣ କରିବ ବୋଲି କହିଛି।

Umasankar Adv
Leave A Reply

Your email address will not be published.