ଆମେରିକାକୁ ପୁଟିନଙ୍କ ଚେତାବନୀ: ରୁଷ୍‌ ସହ ଲଢ଼ିଲେ ସଂପୂର୍ଣ୍ଣ ଭିନ୍ନ ଯୁଦ୍ଧ ହେବ

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକା ରୁଷ୍‌ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହୁଏ ତା’ହେଲେ ଏହା ସଂପୂର୍ଣ୍ଣ ଭିନ୍ନ ସ୍ତରର ଯୁଦ୍ଧ ହେବ। ଆମେରିକା ନିଜର ପାରମ୍ପରିକ ସାମରିକ ଶକ୍ତିର ବିସ୍ତାର କରି ରୁଷ୍‌ ଓ ଚୀନ୍‌ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ଆମେରିକା କଂଗ୍ରେସର ଏକ କମିଟି ପ୍ରସ୍ତାବ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୁଟିନ ଏଭଳି ମତ ରଖିଛନ୍ତି। ପୁଟିନ କହିଛନ୍ତି ଆମେ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛେ କାରଣ ଶାନ୍ତି ହାସଲ କରିବାକୁ ହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

Leave A Reply

Your email address will not be published.