କେନାଲରେ ବୁଡି ଯୁବକ ମୃତ

ଭବାନୀପାଟଣା : ଢୁଷଗୁଡା ସ୍ଥିତ ରେତ ଜଳସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଭବାନୀପାଟଣା ସହରର ପ୍ରିୟ ରଂଜନ ପାଣିଗ୍ରାହୀଙ୍କ ଏକ ମାତ୍ର ପୁଅ ପ୍ରତ୍ୟୁଷ ବୋଲି ଜଣାପଡିଛି ।

gpkandhamal

ବେଙ୍ଗାଳୁରୁରେ +୨ ପଢୁଥିବା ପ୍ରତ୍ୟୁଷ ଦଶହରା ଛୁଟିରେ ଘରକୁ ଆସିଥିଲେ। ଗତକାଲି ଏହି କେନାଲକୁ ଗାଧୋଇବାକୁ ଆସି ପାଣିର ପ୍ରଖର ସ୍ରୋତ ରେ ଭାସି ଯାଇ ନିଖୋଜଥିଲେ । ଗତକାଲି ଠାରୁ ଅଗ୍ନିଶ୍ରମ ବିଭାଗ ଖୋଜାଖୋଜି ପରେ ଆଜି ଗୁଡ଼ିଆଲି ପଦର ନିକଟରେ ପ୍ରତ୍ୟୁଷଙ୍କ ମୃତଦେହ କେନାଲରୁ ଉଦ୍ଧାର ହେଇଥିଲା । ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Umasankar Adv
Leave A Reply

Your email address will not be published.