ଜେଲରୁ ମୁକୁଳିଲେ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ବିଶ୍ଵ ରଞ୍ଜନ କହଁର

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ସମାଜସେବୀ ଯୁବ ନେତା ତଥା ଫିରିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱ ରଞ୍ଜନ କହଁରଙ୍କୁ ଶେଷରେ ଜାମିନ ମିଳିଛି। ଦୀର୍ଘ ଦୁଇମାସରୁ ଅଧିକ ସମୟ ବିଚାର ବିଭାଗୀୟ ହାଜତରେ ରହିବା ପରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ଜେଲରୁ ବାହାରିବା ପରେ ତାଙ୍କୁ ଫିରିଙ୍ଗିଆ ଅଞ୍ଚଳର ତାଙ୍କ ସମର୍ଥକ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ସମର୍ଥକ ମାନେ ପାଛୋଟି ଆଣିଛନ୍ତି। ଫୁଲବାଣୀ ଜିଲ୍ଲା କାରାଗାରରୁ ଫିରିଙ୍ଗିଆ ପହଞ୍ଚିବା ପରେ ଫିରିଙ୍ଗିଆ ବ୍ଲକ ଛକରୁ  ପାଛୋଟି ନେବା ସହ ବାଜା ବାଦ୍ୟ ସହ ସ୍ୱାଗତ କରିଛନ୍ତି। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଫିରିଙ୍ଗିଆ ଅଞ୍ଚଳର ସରଳ ଆଦିବାସୀ ମାନଙ୍କୁ ଗଞ୍ଜେଇ ଧରିବା ନାଁରେ ପୁଲିସ ଅତ୍ୟାଚାର କରିବା ଓ ମିଛ ଗଞ୍ଜେଇ ମାମଲାରେ ଅଞ୍ଚଳର ଆଦିବାସୀ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରୁଥିବା ନେଇ ଦୀର୍ଘ ଦିନ ଧରି ଏହି ଯୁବ ନେତା ଜଣକ ପ୍ରତିବାଦ କରିବା ସହ ସଂଗ୍ରାମ ଜାରି ରଖିଥିଲେ।

gpkandhamal

ଗତ କିଛିଦିନ ତଳେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ସହ ଥାନାରେ ଦୁଇଜଣ ଗୃହ ରଖି ରାତି ଅଧିଆ ପୁଲିସ ଗାଡ଼ିରେ ଥାନାରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଏହି ଯୁବନେତା ବିଶ୍ୱ ରଞ୍ଜନ କହଁର ପ୍ରତିବାଦ କରିବା ସହ  ସମ୍ପୃକ୍ତ ଗାଡିଟିକୁ ଅଟକାଇ ଥିଲେ। ଏହିଘାଟଣା କୁ ନେଇ ପୁଲିସ ବିରୁଦ୍ଧରେ ଅଞ୍ଚଳର ଶତାଧିକ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନ କାରୀଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଅଧିକାରୀଙ୍କୁ ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣ ମାଡ ମାରିବା ସହ ଫିରିଙ୍ଗିଆ ଥାନାକୁ ପୋଡି ଦେଇଥିଲେ। ଏହାପରେ ପୁଲିସ ଆନ୍ଦୋଳନର ନେତୃତ୍ୱ ନେଇଥିବା ଏହି ଯୁବ ନେତାଙ୍କୁ ଗିରଫ କାରି କୋର୍ଟ ଚାଲାଣ କରିଥିଲା। ତେବେ ସୋମବାର ବିଶ୍ୱ ରଞ୍ଜନ ଜେଲରୁ ମୁକୁଳିବା ପରେ ଅଞ୍ଚଳର ସମର୍ଥକଙ୍କ ଭିଡ଼ ହୋଇଛି l ଜେଲରୁ ବାହାରିବା ପରେ ଆଗାମୀ ଦିନରେ ଅଞ୍ଚଳ ର ଗରିବ ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସଂଗ୍ରାମ ଜାରି ରହିବ ବୋଲି ବିଶ୍ୱରଞ୍ଜନ କହଁର। କହିଛନ୍ତି।

Umasankar Adv
Leave A Reply

Your email address will not be published.