ଦ୍ଵିତୀୟ ଦିନରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ଶ୍ରେଣୀ ବର୍ଜନ କରି ଧାରଣା

ବୌଦ୍ଧ: ବୌଦ୍ଧ ଜିଲା ବଘିଆପଡ଼ାଠାରେ ଥିବା ଆଇଟିଆଇରେ ଅଧକ୍ଷ୍ୟଙ୍କ ମନମାନି ଅଭିଯୋଗ କରି ଗତ ସୋମବାର ଦିନ ଠାରୁ ଛାତ୍ର ଛାତ୍ରୀ ଆନ୍ଦୋଳନ କରିଆସୁଛନ୍ତି। ଛାତ୍ର ଛାତ୍ରୀ ସୋମବାର ଦିନ ଉତ୍ୟକ୍ତ ହୋଇ ବୌଦ୍ଧ-ବଘିଆପଡ଼ା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। କିନ୍ତୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରାସ୍ତା ଅବରୋଧ କଲେ ତମ ମାନଙ୍କ ନାମରେ ମାମଲା ହେବ ବୋଲି କହିବାପରେ ଭୟରେ ଛାତ୍ର ଛାତ୍ରୀ ରାସ୍ତା ଅବରୋଧରୁ ଓହରି ସିଧା ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ ମିଟିଙ୍ଗରେ ଜିଲାପାଳ ବ୍ୟସ୍ତ ଥିବାରୁ ଦୀର୍ଘ ସମୟ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ଜିଲାପାଳଙ୍କୁ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିଯାଇଥିଲେ।

gpkandhamal

ମଙ୍ଗଳବାର ଦିନ ପୁଣି ଛାତ୍ର ଛାତ୍ରୀମାନେ ଜିଲାପାଳ ଆସି ଆଲୋଚନା କରନ୍ତୁ ବୋଲି ଦାବୀ କରି ଆଇଟିଆଇରେ ଶ୍ରେଣି ବର୍ଜନ କରି ଧାରଣାରେ ବସିଥିଲେ। ଅପରାହ୍ନରେ ଜିଲାପାଳ ଆଇଟିଆଇକୁ ଯାଇ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଛାତ୍ର ଛାତ୍ରୀଙ୍କ ସମସ୍ୟା ନେଇ ଆଲୋଚନା କରିବାପରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଛାତ୍ର ଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ।

Umasankar Adv
Leave A Reply

Your email address will not be published.