ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବ ଓଡିଶା

ଡେସ୍କ: ଓଡିଶା ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବ। ଏହି ଉତ୍ସବ ବ୍ରହ୍ମହପୁର, ସମ୍ବଲପୁର, ଅନୁଗୁଳ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଅକ୍ଟୋବର ୧୮ରୁ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ନଭେମ୍ବର ୧୭ ରଖାଯାଇଛି। ଏଥିପାଇଁ ବିଭିନ୍ନ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବର ଲକ୍ଷ୍ୟ ହେଉଛି ସଡକ ସୁରକ୍ଷା ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଓଡିଶା ରାଜ୍ୟରେ ସଡକ ସୁରକ୍ଷା ସହଯୋଗରେ ନାଗରିକଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା।

gpkandhamal

ଉତ୍ସବର ଉଦଘାଟନୀ ସମାରୋହରେ ଯୋଗ ଦେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଏହି ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଅଟେ। ଆମ ସରକାରଙ୍କ ପାଇଁ ସଡକ ସୁରକ୍ଷା ଏକ ଉଚ୍ଚ ପ୍ରାଥମିକତା ଅଟେ। ସର୍ଟ ଫିଲ୍ମଗୁଡିକ ବାର୍ତ୍ତା ବିସ୍ତାର ପାଇଁ ଏକ ପ୍ରଭାବଶାଳୀ ଉପକରଣ ହୋଇପାରେ। ସମାବେଶକୁ ସମ୍ବୋଧିତ କରି ସମ୍ମାନିତ ଅତିଥି ସୁନୀଲ ବଂଶଲ କହିଛନ୍ତି, ଏକ ସମାଜ ଭାବରେ ଆମେ ସଡ଼କ ଦୁର୍ଘଟଣା ମୃତ୍ୟୁ ପ୍ରତି ସମ୍ବେଦନଶୀଳ ନୁହଁନ୍ତି। ଅତ୍ୟଧିକ ଦ୍ରୁତ ଗତି ଅନେକ ସଡ଼କ ଦୁର୍ଘଟଣାର ମୂଳ କାରଣ। ସଡକ ସୁରକ୍ଷା ଏକ ସହଭାଗୀ ଦାୟିତ୍। ଏକତ୍ର ଆମେ ଏହି ପରିବର୍ତ୍ତନ କରିପାରିବା।

Umasankar Adv
Leave A Reply

Your email address will not be published.