ଦିଲ୍ଲୀ : ଦେଶର ପ୍ରଥମ ରାପିଡ୍ ଟ୍ରେନ୍ ପ୍ରଥମ ପର୍ୟ୍ୟାୟକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ପ୍ରଥମ ପର୍ୟ୍ୟାୟରେ ‘ନମୋ ଭାରତ’ ଟ୍ରେନ୍ ଗାଜିଆବାଦର ସାହିବାବାଦରୁ ଦୁହାଇ ଡିପୋକୁ ଯିବ। ରାପିଡ୍ ଏକ୍ସ ଟ୍ରେନର ନାମ ‘ନମୋ ଭାରତ’ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାଜିଆବାଦରେ ଦିଲ୍ଲୀ-ମେରଠ ଆରଆରଟିଏସ ରାପିଡେକ୍ସ ରେଳକୁ ଉଦଘାଟନ କରିବେ । ଏଠାରେ ସେ ଅନଲାଇନରେ ଟିକେଟ କିଣି ଟ୍ରେନରେ ଯାତ୍ରା କରୁଥିବା ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀଙ୍କ ସହ ସ୍କୁଲ ପିଲାମାନେ ମଧ୍ୟ ଟ୍ରେନରେ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟାରେ ଗାଜିଆବାଦର ହିଣ୍ଡନ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ । ଏହାପରେ ପୂର୍ବାହ୍ନ ୧୧ଟା ୧୫ରୁ ରାତି ୧୧ଟା ୫୦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) କରିଡରର ଉଦଘାଟନ କରିବେ। ଏହା ସହ ସେ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିବେ । ଆରଆରଟିଏସର ପ୍ରଥମ ପର୍ୟ୍ୟାୟ ଉଦଘାଟନ ପରେ ସାହିବାବାଦରୁ ଦୁହାଇ ପର୍ୟ୍ୟନ୍ତ ୧୭ କିଲୋମିଟର ଦୀର୍ଘ ଟ୍ରାକ୍ ରେ ରାପିଡ୍ ଏକ୍ସ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରୁ ସାଧାରଣ ଲୋକ ରାପିଡ୍ ଏକ୍ସ ଟ୍ରେନରେ ଯାତ୍ରା କରିପାରିବେ। ରାପିଡ୍-ଏକ୍ସ ଟ୍ରେନ୍ ଏବେ ‘ନମୋ ଭାରତ’ ନାମରେ ପରିଚିତ ହେବ। ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ୍ କରିଡରର ୧୭ କିଲୋମିଟର ପ୍ରାଥମିକତା ସେକ୍ସନ ଅକ୍ଟୋବର ୨୧ ତାରିଖରୁ ଯାତ୍ରୀମାନଙ୍କ ପାଇଁ ଖୋଲାଯିବ। ୮୨ କିଲୋମିଟର ଦୀର୍ଘ ଦିଲ୍ଲୀ-ମିରଟ-ଗାଜିଆବାଦ କରିଡରରେ ୧୭ କିଲୋମିଟର ର ପ୍ରାଥମିକତା ସେକ୍ସନ ଦୁହାଇ-ସାହିବାବାଦ ମଧ୍ୟରେ ଟ୍ରେନ୍ ଚଳାଚଳ କରିବ।