ପାର୍ବଣରେ ଅସମ୍ଭାଳ ଭିଡ଼ । ଭିଡ଼ରେ ଉଛୁଳିଲା ରାଜଧାନୀ, ନବମୀ ଓ ଦଶମୀରେ ହୋଇପାରେ ଅଧିକ ଲୋକଙ୍କ ଗହଳି

ରସୁଲଗଡ଼ : ପାର୍ବଣରେ ଅସମ୍ଭାଳ ଭିଡ । ଭିଡରେ ଉଛୁଲିଳା ରାଜଧାନୀ । ଗତକାଲି ମହାଷ୍ଟମୀ ଯୋଗୁ ରାଜଧାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଏମିତି ଲାଗୁଥିଲା, ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଥିଲା । ୮ କିଲୋମିଟର ରାସ୍ତା ଯିବା ପାଇଁ ପାଖାପାଖି ଅଢେଇ ଘଂଟା ସମୟ ଲାଗିଥିଲା । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ବିଶେଷ କରି ବଡ଼ ବଡ଼ ପୂଜା ପେଣ୍ଡାଲ ଓ ମଲ ଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା ।

gpkandhamal

ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ । ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ତାହା ପୋଲିସ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିପାରେ । ସୋସିଆଲ ମିଡିଆରେ କମିସନରେଟ୍ ପୋଲିସ ସଚେତନତା ପ୍ରୟାସ ଆରମ୍ଭ ହୋଇଛି । ଜରୁରୀ କାମ ଥିଲେ କେଉଁ ରାସ୍ତା ଦେଇ ଯିବେ, କେଉଁଠି ଟ୍ରାଫିକ୍ ଜାମ୍ କମ୍ ରହିଛି । ମଣ୍ଡପ ପାଖରେ କେଉଁଠି ପାର୍କିଂ ବ୍ୟବସ୍ଥା ରହିଛି, ସେନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Umasankar Adv

ଏସବୁ ଭିତରେ ଅପରାହ୍ନ ୩ଟା ୩୦ରୁ ମୋ ବସ୍ ଚାଲିବ କି ନାହିଁ, ନିଷ୍ପତି ନେବେ କର୍ତ୍ତୃପକ୍ଷ । ତେବେ ୩ଟା ୩୦ ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ରାଜଧାନୀରେ ହଜାର ହଜାର ଲୋକ ମୋ ବସ୍ ଉପରେ ନିର୍ଭର କରନ୍ତି ।

Leave A Reply

Your email address will not be published.