ଗାଜାରେ ମୁହାଁମୁହିଁ ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଆତଙ୍କୀ ନିପାତ ଉପରେ ଇସ୍ରାଏଲ ସେନାର ଗୁରୁତ୍ୱ । ନିଜ ସରକାରଙ୍କ ବିରୋଧରେ ଇସ୍ରାଏଲ ନାଗରିକଙ୍କ ବିକ୍ଷୋଭ ।

ଗାଜା: ଗାଜାରେ ମୁହାଁମୁହିଁ ହେଲେ ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଏୟାରଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଗୁରୁତ୍ୱ ଦେଉଛି ଇସ୍ରାଏଲ ସେନା । ଯୁଦ୍ଧରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୬ ହଜାର ଛୁଇଁଲାଣି । ଯୁଦ୍ଧ ଉପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଓ ଇସଲାମିକ ଦେଶମାନଙ୍କର ନଜର ରହିଛି ।

gpkandhamal

ଏପଟେ ନିଜ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇସ୍ରାଏଲ ନାଗରିକ । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁ ଯେଭଳି ଋଷ ନାଗରିକ ବିରୋଧ କରୁଛନ୍ତି ସେହିଭଳି ଏବେ ଇସ୍ରାଏଲର ନାଗରିକମାନେ ମଧ୍ୟ ଇସ୍ରାଏଲ ସରକାରର ବିଚାରକୁ ବିରୋଧ କରି ରାସ୍ତାକୁ ଉହ୍ଲାଇଛନ୍ତି । ଇସ୍ରାଏଲ ନାଗରିକମାନେ ରାସ୍ତାରେ ପ୍ରଦର୍ଶନ କରି ହମାସ ଚରମପନ୍ଥୀଙ୍କ ଦ୍ୱାରା ବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି କ୍ରମରେ କିଛି ପ୍ରଦର୍ଶନକାରୀ କହିଛନ୍ତି କି ସେମାନେ ସେମାନଙ୍କ ଆତ୍ମୀୟଙ୍କ ସହ କୌଣସି ସଂପର୍କ ସ୍ଥାପନ କରିପାରୁନାହାଁନ୍ତି । ସେମାନଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଜୀବନ ନର୍କ ହୋଇଗଲାଣି ବୋଲି ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି ।

Umasankar Adv
Leave A Reply

Your email address will not be published.