ଯାଜପୁର : ନବରାତ୍ରୀ ଅବସରରେ ୧୬ ଦିନ ଧରି ଚାଲିଥିବା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପାର୍ବଣ ଯାତ୍ରା ବା ରଥ ଯାତ୍ରା ଶେଷ ହୋଇଛି । ମା’ଙ୍କ ପୀଠରେ ନବମୀ ଅବସରରେ ସଂଧ୍ୟାରେ ରଥଯାତ୍ରା ଶେଷ ହେବା ପରେ ବିଳମ୍ବିତ ରାତିରେ ମା’ଙ୍କ ଲାଖବିନ୍ଧା ଯାତ୍ରା ଅନୁଷ୍ଠିତ ହୋଇଛି । ୯ ଦିନ ଧରି ରଥରେ ବିଜେ ଥିବା ମା’ଙ୍କ ପ୍ରତିମାଙ୍କୁ ରଥରୁ ଅବତରଣ କରାଯାଇ ସୁସଜ୍ଜିତ ବିମାନରେ ଶୋଭାଯାତ୍ରା ଜରିଆରେ ଲାଖବିନ୍ଧା ପଡ଼ିଆକୁ ନିଆଯାଇଥିଲା । ସେଠାରେ ବିଭିନ୍ନ ପୂଜା ସହ ଲାଖବିନ୍ଧା କରାଯାଇଥିଲା ।
ପରେ ମନ୍ଦିର ପାଖ ଗାଁ ଦେଇ ଶୋଭାଯାତ୍ରା କରିକ୍ରମା କରିଥିଲା । ପରେ ମା’ ମନ୍ଦିରରେ ପହଂଚିବା ପରେ ଗୁପ୍ତନୀତି କରାଯାଇଥିଲା ।