ଖସୁଛି ପାରଦ : ୨୩ଟି ଜିଲ୍ଲାରେ ୨୦ଡିଗ୍ରୀ ତଳେ ତାପମାତ୍ରା, ଜି. ଉଦୟଗିରିରେ ୧୧ ଡିଗ୍ରି

ଭୁବନେଶ୍ୱର : ଆସନ୍ତାକାଲିଠୁ ଅର୍ଥାତ ୧ ତାରିଖ ବୁଧବାରରୁ  ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରୁ ପୂର୍ବାଳୀ ତରଙ୍ଗ ପ୍ରଭାବରେ ବର୍ଷା ହୋଇପାରେ। ପ୍ରଥମ ଦୁଇ ଦିନ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାକୁ ଥିବା ବେଳେ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ।

gpkandhamal

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ ୧ ତାରିଖ ଦିନ ହାଲୁକା ବର୍ଷା ହୋଇପାରେ। ସେହିପରି ୨ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୩ ତାରିଖ ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି। ଫଳରେ ରାଜ୍ୟରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଉଛି।

Umasankar Adv

ସେପଟେ ରାଜ୍ୟର ପାରଦସ୍ତର ଧୀରେଧୀରେ ଖସିବାରେ ଲାଗିଛି। ସୋମବାର ରାଜ୍ୟର ୨୩ଟି ଜିଲ୍ଲାରେ ତାପମାତ୍ରା ୨୦ଡିଗ୍ରୀ ତଳେ ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜି. ଉଦୟଗିରିରେ ଚଳିତ ଅକ୍ଟୋବରର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଛି। ଏହାପଛକୁ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି, କୋରାପୁଟରେ ୧୩.୨, ଫୁଲବାଣୀରେ ୧୩.୫, କିରେଇରେ ୧୪.୮, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୬ ଓ କେନ୍ଦୁଝରରେ ୧୬.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.