ନୂଆପଡ଼ାରେ ବାଘ ଆତଙ୍କ : କାଲି ମଣିଷ ମାରିଥିଲା, ଆଜି ଗୁହାଳରେ ପଶି ଗାଈକୁ ମାରି ଖାଇଲା

ନୂଆପଡା : ନୂଆପଡା ସୁନାବେଡା ଅଭୟାରଣ୍ୟରେ ମାତିଛି ମଣିଷଖିଆ କଳରାପତରିଆ ବାଘ। ଗତକାଲି ସନ୍ଧ୍ୟାରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋଧସ ନିକଟରେ ଥିବା ଏକ ଜନବସତିରେ ୮ ବର୍ଷର ଶିଶୁଙ୍କୁ ଝାମ୍ପିନେଇଥିଲା ବାଘ। କାଲିର ସେହି ଅଭାବନୀୟ ଘଟଣା ପାଇଁ ଲୋକ ଆତଙ୍କ ଭିତରେ ଥିବା ବେଳେ ଗତକାଲି ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ। ଗାଈର ମାଲିକ ଅର୍ଜୁନ ଧୁରୁଆ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ। ହେଲେ ସକାଳେ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ।  ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ସୋମବାର ରାତି ସାଢେ ଛଅଟାବେଳେ ଜିଲ୍ଲା ସଦର ମହକୁମାଠାରୁ ପଚିଶ କିମି ଦୂର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋଧସ ନିକଟରେ ଥିବା ଏକ ଜନବସତି ନିକଟରେ ଏକ କଳରାପତରିଆ ବାଘ ଛକି ରହିଥିଲା । ଠିକ ଏହି ସମୟରେ ଗାଁ ମୁଣ୍ଡରେ ଥିବା ଏକ ଆଦିବାସୀ ପରିବାରର ହୁମନ ଧରୁଆଙ୍କ ଶିଶୁ ଡମ୍ବରୁଧରଙ୍କୁ ଏକୁଟିଆ ଦେଖି ବାଘଟି ଝାମ୍ପି ନେଇଥିଲା । ଶିଶୁଟିର ଚିକ୍ରାର ଶୁଣି ପଡାବାସୀନ୍ଦା ବାଘକୁ ପିଛା କରିଥିଲେ । ଅଧ କିମି ଦୂର ନେବାପରେ ହଠାତ ଛାଡିଦେଇଥିଲା । ଲୋକେ ଶିଶୁଟିକୁ ଉଦ୍ଧାର କରି ସେବା ଆରମ୍ଭ କରିଥିବାବେଳେ କିଛି ସମୟରେ ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

gpkandhamal

ଏବାବଦରେ ସୁନାବେଡ଼ା ଅଭୟାରଣ୍ୟ ବନ୍ୟଜନ୍ତୁ ବିଭାଗ ଡିଏଫ୍‌ଓ ମହାଦେବ ବୁଡ଼େକ କହିଛନ୍ତି ଯେ ବାଘ ଜଣେ ନାବାଳକଙ୍କୁ ମାରିଥିବା ଖବର ପାଇବା ପରେ ବନ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ନାବାଳକର ମୃତଦେହ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି। ଲୋକେ ବାଘ ଭୟରେ ତାଟି କବାଟ ବନ୍ଦ କରିଦେଇଥିବାବେଳେ ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ବିଜୁଳୀ ବ୍ୟବସ୍ଥା କରିଗାଁ ଲୋକଙ୍କୁ ସୁରକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି।

Umasankar Adv
Leave A Reply

Your email address will not be published.