ଦ୍ୱାରଶୁଣି ଘାଟିରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୨୫ରୁ ଉର୍ଦ୍ଧ୍ବ ଗୋରୁ ମୃତ

ବାରିପଦା: ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୨୫ରୁ ଉର୍ଦ୍ଧ୍ବ ଗୋରୁଙ୍କର ମୃତ୍ୟୁ ଘଟିଛି । ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହିତ ଉଦ୍ଧାର ଓ ତଦନ୍ତ କରୁଛି । ଟ୍ରକଟି ପଶ୍ଚିମବଙ୍ଗ ଯାଉଥିବା ବେଳେ ଭାରସ୍ୟାମ ହରାଇ ଓଲଟି ପଡିବାରୁ ଏପରି ଅଘଟଣ ଘଟିଛି ।

Leave A Reply

Your email address will not be published.